ଯାତ୍ରା ବିଶ୍ୱ ଦରବାର ରଙ୍ଗ ମଞ୍ଚରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସମସ୍ତିଙ୍କ ଚିନ୍ତା ବଢାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଏହି ଭ୍ୟାରିଆଣ୍ଟଦୃତ ଗତିରେ ମାଡି ଚାଲିଛି । ଏହାକୁ ରୋକିବା ପାଇଁ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି । ଅଜଥା ଭିଡ଼ ନକରିବା, ସର୍ବଦା ମାକ୍ସ ବ୍ୟବହାର କରିବା ପାଇଁ କହୁଛନ୍ତି । ମାତ୍ର କେତେକ ଯାତ୍ରା ଅନୁଷ୍ଠାନ ଏହାକୁ ଖୋଲାଖୋଲି ଉଲଂଘନ କରି ଚାଲିଛନ୍ତି । ଯାତ୍ରା କଳାକାର ମାନେ ବୃତ୍ତି ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାତ୍ରା ମଞ୍ଚକୁ ଫେରିବା ପାଇଁ ଦାବି ଜଣାଉଥିଲେ ବାରମ୍ବାର ।

ସେମାନଙ୍କ ଦାବି ପୂରଣ କରି କେତେକ କଟକଣା ମାଧ୍ୟମରେ ସେମାନଙ୍କୁ ମଞ୍ଚ ଫେରାଇଥିଲେ ସରକାର । ଯାତ୍ରା ମଞ୍ଚଭିତରେ ସାମାଜିକ ଦୂରତା ଅବଲମ୍ବନ କରି ୬ ଫୁଟ ଅନ୍ତରରେ ସିଟ୍ ପକାଇବା ସହିତ ମାକ୍ସ ବାଧ୍ୟତାମୂଳକ କରାଯିବା ପାଇଁ କୁହାଯାଇଥିଲା । ମାତ୍ର ଏହାକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ରତାଇ ପଞ୍ଚାୟତ ରାବଣପୋଡ଼ି ପଡିଆ ଠାରେ ଅନୁଷ୍ଠିତ ହେଉଥିବା ଯାତ୍ରାଶ୍ରୀ ବିଶ୍ଵ ଦରବାର ଯାତ୍ରା ପାର୍ଟି । ଏହି ଯାତ୍ରା ଅନୁଷ୍ଠାନ ସମ୍ମୁଖରେ ସରକାରଙ୍କ ଗାଇଡଲାଇନ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ ଭିତରେ କିନ୍ତୁ ନିୟମ ସମ୍ପୁର୍ଣ୍ଣ ଅଲଗା । ନା’ ଅଛି ସାମାଜିକ ଦୂରତା ନା ଅଛି ମାକ୍ସ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆଖି ବୁଜି ଚୁପ୍ ହେଇ ବସିଛନ୍ତି । ତେବେ ଦେଖିବା ପାଇଁ ବାକି ରହିଲା ବାଲିଆପାଳ ପୋଲିସ ପ୍ରଶାସନ ଏବଂ ଆଇଆଇସି ପର୍ଶୁରାମ ସାହୁ କେତେବେଳେ ଏହାଉପରେ ନଜର ପକାଉଛନ୍ତି ।

Leave a Reply

Your email address will not be published.