ପତ୍ନୀକୁ ହତ୍ୟାକରି ବିଲ ମଝିରେ ଫିଙ୍ଗିଦେଲା ସ୍ୱାମୀ

ବାଲେଶ୍ଵର/ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଅଧିନ ଛତ୍ରପୁର ଆଦିବାସୀ ସାହିରେ ଘରୋଇ କଳିରୁ ନିଜ ପତ୍ନୀକୁ ହତ୍ୟାକରି ବିଲମଝିରେ ଫିଙ୍ଗିଦେଲା ସ୍ୱାମୀ।ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ସିମୁଳିଆ ପୋଲିସ।ଗତକାଲି ରାତିରେ ଛତ୍ରପୁର ଆଦିବାସୀ ସାହିର ବିର ସିଂ ଏବଂ ତାଙ୍କ ପତ୍ନୀ କୁନି ସିଂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ପରେ ବିର ନିଶାସକ୍ତ ଅବସ୍ଥାରେ ନିଜ ପତ୍ନୀକୁ ବାଡ଼ିରେ ପିଟି ପିଟି ହତ୍ୟା କରିବା ସହିତ ବିଲ ମଝିରେ ଫିଙ୍ଗି ଦେଇଥିଲା।ଆଜି ସକାଳେ ଗ୍ରାମବାସୀମାନେ ଘଟଣା ବିଷୟରେ ଜାଣି ସିମୁଳିଆ ପୋଲିସକୁ ଖବର ଦେଇଥିଲେ।ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସହ ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.