ବଡ଼ଦେଉଳ ଖୋଲିବା ଖୁସିରେ ଶ୍ରୀମନ୍ଦିର ସାମ୍ନାରେ ଦୀପ ପ୍ରଜଳ୍ୱନ କଲେ ଜଗନ୍ନାଥ ସେନା

ପୁରୀ, (ନାଗରାଜ ନ୍ୟୁଜ): ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛିଯେ ଆସନ୍ତା ଫେବୃୟାରୀ ମାସ ୧ ତାରିଖ ଠାରୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ଖୋଲାରହିବ । ଉକ୍ତ ଦାବିକୁ ନେଇ କିଛି ଦିନ ତଳେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ତାହା ଆଜି ପୂରଣ ହୋଇଛି । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ନିକଟରେ ଏକ ଲକ୍ଷ ବଳିତାରେ ଦିପ ପ୍ରଜ୍ୱଳନ କରାଯାଇ ଜଗନ୍ନାଥଙ୍କୁ ସମର୍ପଣ କରାଯାଇଥିଲା । ପ୍ରଶାସନ ବେଆଇନ ଭାବେ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନେବା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Leave a Reply

Your email address will not be published.