ଟ୍ରକ ଧକ୍କାରେ ନାବାଳକ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁପଟି କେନାଲ ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତ ନାବାଳକ ହେଲେ ସଦର କାଇମାଟି ନିକଟସ୍ଥ ଅସନ ପାଟିଆ ଗ୍ରାମର ଶୁଭମ ଦାସ । ଆହତ ୨ଜଣ ମୃତକଙ୍କ ମାମୁଁ ରାଜେଶ ଦାସ ଏବଂ ମା’ ସତ୍ୟଭାମା ଦାସ । ସୂଚନା ଅନୁଯାୟୀ ଶୁଭମ ଏବଂ ତାଙ୍କ ମା’ ବଉଳପୁର ନିଜ ମାମୁଁ ଘରକୁ ଯାଇଥିଲେ । ମାମୁଁ ଘରୁ ଆଜି ବାଇକ୍ ଯୋଗେ ମାମୁଁ ଓ ମା’ ଙ୍କ ସାଙ୍ଗରେ ନିଜ ଘରୁକୁ ଫେରୁଥିବା ସମୟରେ ପଞ୍ଚୁପଟି କେନାଲ ବ୍ରିଜ ଉପରେ ବାଇକଟି ଭାରସ୍ୟାମ ହରାଇ ପଡିଯାଇଥିଲା ।

ଠିକ ଏହି ସମୟରେ ଅନୁଗୋଳରୁ ଆସୁଥିବା ଏକ ଟ୍ରକ ବାଇକ ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଶୁଭମଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମାମୁଁ ଏବଂ ମା’ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ କିଛି ସମୟ ପାଇଁ ସେହି ଅଞ୍ଚଳରେ ରାସ୍ତା ରୋକ କରାଯାଇଥିଲା । ପରେ ସଦର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ନାବାଳକର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଆହତ ୨ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published.