୨୦୧୧ ପରଠାରୁ ଓଡିଶାରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି: ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ଓଡିଶାରେ ଆସି ପହଁଞ୍ଚିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ରାଜ୍ୟ ସରକାରଙ୍କ ସହିତ ବହୁତ ଗୁରୁତ୍ୱପୁର୍ଣ୍ଣ ବୈଠକ ହେବାର ସେ ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟ ସରକାରଙ୍କ ସହିତ ମିଶି କିପରି ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ପାରିବ ସେନେଇ ଆଲୋଚନା ହେବ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ସେ ଓଡ଼ିଶା ଉପରେ ମତ ଦେଇ କହିଛନ୍ତି ଯେ ୨୦୧୧ ଠାରୁ ଏପର୍ୟ୍ୟନ୍ତ ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ଏହି ହାର ଜାତୀୟ ହାରଠାରୁ ବହୁତ ଅଧିକ ରହିଛି ଏବଂ ଏହା ବହୁତ ତିବ୍ର ଗତିରେ ଆଗକୁ ବଢୁଥିବା କଥା ସେ କହିଛନ୍ତି । ଏହା ସହିତ ଓଡିଶାରେ ଖଣିଜ ପଦାର୍ଥ ଭରପୁର ମହଜୁଦ୍ ରହିଥିବାବେଳେ ଏହାର କିପରି ଅଧିକ ଉତ୍ପାଦନନ ହୋଇପାରିବ ଏବଂ ଏହାର ସଦୁପଯୋଗ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହେବ । ଏହା ସହିତ ରାଜ୍ୟରେ କୃଷି ଏବଂ ପର୍ୟ୍ୟଟନ ସମ୍ବଧିୟ ବିଷୟରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.