ବେଲପଡା ବ୍ଳକରେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବେଲପଡା ବ୍ଳକର ମୁନାପାଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ସହ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ସରୋଜ କୁମାର ମେହେର । ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ବିଭିନ୍ନ ଗ୍ରାମକୁ ଆଜି ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଧାୟକ ମେହେରଙ୍କ କରମକଳରେ ଅନୁଷ୍ଠିତ ହୋଇଯାଇଛି ।

ବେଲପଡା ବ୍ଳକର ମୁନାପାଳୀ ଗ୍ରା ର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ବିଧାୟକ ମେହେର ଶୁଭାରମ୍ଭ କରିବା ସଙ୍ଗେ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ୭ ଗୋଟି ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗ୍ରାମ ଗୁଡିକରେ ଲାଗି ରହିଥିବା ଅନେକ ସାମୁହିକ ସମସ୍ୟା ଅସୁବିଧା ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ବିଜେଡି ଦଳୀୟ କର୍ମୀଙ୍କ ସମେତ ଶତାଧିକ ମହିଳା ପୁରୁଷ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.