ଖୋଲିଲା ଖରିଫ ଋତୁର ଧାନମଣ୍ଡି

ବାଙ୍କୀ, (ନାଗରାଜ ନ୍ୟୁଜ): ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବିଳମ୍ବରେ ହେଉ ପଛେ ଆଜି କଟକ ଜିଲ୍ଲାର ବାଙ୍କୀ ଡମପଡା ବ୍ଲକ ପାଥପୁର ଓ କୁସୁପଙ୍ଗି ସେବା ସମବାୟ ସମିତି ରେ ଖୋଲିଛି ଖରିଫ ଋତୁର ପ୍ରଥମ ଧାନମଣ୍ଡି । ଏହାକୁ ଉଦଘାଟନ କରିଛନ୍ତି ସହକାରୀ ନିବନ୍ଧକ ଦେବୀ ପ୍ରସନ୍ନ ସ୍ୱାଇଁ । ସେପଟେ ଚାଷୀ ଏବେ ପାଇଛି ଆଶ୍ୱସ୍ତି । ଆଗକୁ ପର୍ୟ୍ୟାୟ କ୍ରମେ ୪୬ଟି ସେବା ସମବାୟ ସମିତିରେ ପର୍ୟ୍ୟାୟ କ୍ରମେ ଫିଟିବ ମଣ୍ଡି । ଏନେଇ ସୂଚନା ଦେଇଛନ୍ତି ପ୍ରସନ୍ନ ସ୍ୱାଇଁ । ଅପରପଟେ ମଣ୍ଡି ଫିଟିବାର ବିଳମ୍ବତା ରହିଥିବା ବେଳେ ଏବେ ଅଦିନିଆ ଜନିତ ଲଗାଣ ବର୍ଷା ଯୋଗୁ ଅମଳ ଧାନ ପଡି ରହିଛି ଖୋଲା ଆକାଶ ତଳେ । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ଘାରିଛି । ଚାହିଁଲେ ବି ଦେଇ ପାରୁ ନାହାଁନ୍ତି ମଣ୍ଡିରେ ଧାନ । ସେପଟେ ସରକାରଙ୍କ ସମସ୍ତ କୋଭିଡ ନିୟମ ଅନୁସାରେ ଧାନ କିଣାଯିବାକୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ଅଧିକାରୀ । ଯଦି କିଛି ଧାନ କିଣା ବିକା ସମୟରେ ବ୍ୟତିକ୍ରମ ଦେଖାଦିଏ ତେବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କହିଛନ୍ତି ସହକାରୀ ନିବନ୍ଧକ ଶ୍ରୀଯୁକ୍ତ ସ୍ୱାଇଁ ।

Leave a Reply

Your email address will not be published.