ଅଲଗା ପ୍ରଦେଶ ଦାବିରେ ବିଧାନସଭା ଘେରାଉ କରିବ କୋଶଲ କମିଟି

ପାଟଣାଗଡ,(ନାଗରାଜ ନ୍ୟୁଜ): ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ୫ମ ଛକ ନିକଟରେ କୋଶଲ ମୁକ୍ତି ମୋର୍ଚ୍ଚାର ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ବ୍ଲକର ନବ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ | ବାରମ୍ବାର ପଶ୍ଚିମ ଓଡିଶାକୁ ଅଣଦେଖା, ପାତର ଅନ୍ତର କରୁଥୁବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ |ଏନେଇ ଆସନ୍ତା ମୌସୁମୀ ଅଧିବେଶନରେ ଅଲଗା କୋଶଲ ପ୍ରଦେଶ ଦାବୀ ନେଇ ବିଧାନସଭା ଘେରାଉ କରାଯିବା ସହ ରାଜ୍ୟ ସରକାରଙ୍କୁ କଡା ଜବାବ ଦିଆଯିବା ନେଇ ଆନ୍ଦୋଳନକାରୀମାନେ କହିଛନ୍ତି |

ପାଟଣାଗଡରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.