କଣ୍ଠେଶ୍ଵରପୁରଠାରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟ ବାସିଗିରୀବାସୀ ବିଂଝାଲ ସମାଜ ସାମାଜିକ ବୈଠକ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ଵର ଗ୍ରାମର ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବିଂଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହାଙ୍କ ସଭାପତିତ୍ବରେ ଏକ ସଚେତନତା ସାମାଜିକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟବାସନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ , ସଂପାଦକ ଆଶାରାମ ବରିହା ,ବଲାଙ୍ଗିର ବ୍ଳକ ସଭାପତି କୁଶବରିହା ,ସଂପାଦକ ଯୁଗଲକିଶୋର ବରିହା , ଜିଲ୍ଲା ମିଡିଆ ସଂଯୋଜକ ଗୋରେଖ ନାଥ ବରିହା , ଖପ୍ରାଖୋଲ ବ୍କକ ସଭାପତି ଚନ୍ଦ୍ର ଶେଖର ବରିହା ,ପାଟଣାଗଡ ସଭାପତି କିଶୋର ବରିହା , ଆଗଳପୁର ବ୍ଲକ ସକ୍ରିୟ ସଭ୍ୟ ଠାକୁର ପ୍ରସାଦ ବରିହା ,ପାଇକମାଲ ବ୍ଲକ ସଭାପତି ପ୍ରେମାନନ୍ଦ ବରିହା ପ୍ରମୁଖ ଯୋଗଦେଇ ସମାଜ ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ନିଶା ନିବାରଣ , ଶିକ୍ଷା, ସ୍ଵାସ୍ଥ୍ୟ , ବିଂଝାଲ ସମାଜର ସାମ୍ବିଧାନିକ ଆଇନ୍ ନୀତି ନିୟମ ଉପରେ ସଚେତନ କରାଯାଇଥିଲା । ସାମାଜିକ ଭାଇ ଭଉଣୀ ମାନଙ୍କୁ କୈାଣସି ଅଣ ଆଦିବାସୀ ଲୋକ ଶାରୀରିକ ମାନସିକ ଓ ଜାତିଆଣ ଆକ୍ଷେପ କଲେ ତାର ଦୃଢ଼ ଭାବରେ ଜବାବ ଦେବାପାଇଁ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ହାଡ଼ୁ ବରିହା ,ବିପିନ ବରିହା, କୁରେଶ୍ଵର ବରିହା, ଧୂବଲ ବରିହା ପ୍ରମୁଖ ଙ୍କ ସମେତ ସମସ୍ତ ସ୍ତରର କର୍ମକର୍ତ୍ତା ମାନଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ ସଭାପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ 

Leave a Reply

Your email address will not be published.