କୁତୁର୍ଲା ଗ୍ରାମର ଲୋକ ପାଣି ପାଇଁ ଡହଳ ବିକଳ

ପାଟଣାଗଡ, (ନାଗରାଜ ନ୍ୟୁଜ): ବସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ଅଚଳ । ପୂର୍ବରୁ ଗାଁକୁ ପୁରୁଣା ମଟର ଦ୍ୱାରା ଜଳ ଯୋଗାଣ ହେଉଥିଲା । ସେହି ମଟର ମଧ୍ୟ ଖରାପ ହୋଇ ପଡ଼ିରହିଛି । ନୂତନ ଭାବରେ ନିର୍ମିତ ବସୁଧା ପ୍ରକଳ୍ପ ଯାହାକି ଗ୍ରୀଷ୍ମ ଋତୁ ପୂର୍ବରୁ ଜଳ ଯୋଗାଣ କରିବା ଲକ୍ଷ୍ୟ ଥିଲା ତାହା ମଧ୍ୟ ବିଫଳ । ଟାଙ୍କି ନିର୍ମାଣ ସାରିଛି । ପାଇପ ପୋତା ସରିଛି । ଘରକୁ ଘର ଟ୍ୟାପ ଖଞ୍ଜା ଯାଇଛି । କିନ୍ତୁ କେବେ ପାଣି ଯୋଗାଣ ହେବ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଉତ୍ତର ଦେଇ ପାରୁନାହାନ୍ତି । ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ସମ ରେ ଜଳ ଯୋଗାଣ ନ ହେଲେ ବର୍ଷା ଋତୁରେ ଜଳ ଯୋଗାଣର କି ଲାଭ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ର ପୋଖରୀ, ନଦୀ, କୁଅଗୁଡିକ ଶୁଖି ଗଲାଣି । ପାନୀୟ ଜଳଅଭାବ ସାଙ୍ଗକୁ ଗାଧୋଇବା ପାଇଁ ଲୋକ ନାହିଁ ନ ଥିବା ହଇରାଣ ହେଉଛନ୍ତି । କିଛି ନଳ କୁଅ ହିଁ ଗାଁର ୩ ଟି ୱାର୍ଡ ବିଶିଷ୍ଟ ଗାଁ ଲୋକଙ୍କ ସାହା ଭରସା ପାଲଟିଛି ।ତୁରନ୍ତ ଗାଁକୁ ଜଳ ଯୋଗାଣ ସୁବିଧା କରିବାକୁ ଦାବୀ ହେଉଛି।

Leave a Reply

Your email address will not be published.