କୁତ୍ରା ବ୍ଳକରେ ବିଜୁଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକର ପୁରୁଣା ଥାନା ସମ୍ମୁଖରେ ବିଜୁଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଜୁଜନତା ଦଳର ବ୍ଳକ ସଭାପତି ପ୍ରଶନ୍ନ ମାଝୀଙ୍କ ନେତୃତ୍ୱରେ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସାଂସଦ ମଙ୍ଗଳା କିଶାନ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ସୁନ୍ଦରଗଡ଼ ଅବଜାବର ଦୁର୍ଗା ଦାସ୍ ସାମନ୍ତରାୟ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଜୁକର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହିପ୍ରତିଷ୍ଠାଦିବସରେ ବହୁସଂଖ୍ୟାରେ ବିଜୁ ପ୍ରେମୀ ଏବଂ କର୍ମୀ ଯୋଗଦେଇଥିବାବେଳେ ଅର୍ଜୁନ ଜୟପୁରିଆ, ବିକିବାଘ, ଆଗୁଷ୍ଟିନ୍ ମିଞ୍ଜ ଓ ହେମନ୍ତ ମାଝୀ ପ୍ରମୂଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.