ମଦ ବେପାରୀ ଅଟକ

କଟକ: ଗ୍ରାମବାସୀଙ୍କ ଦ୍ୱାରା ଜଣେ ମଦ ବେପାରୀ ଅଟକ ।ତା ଠାରୁ ଚୋରା ମଦ ବୋଝେଇ ବାଇକ ଜବତ କରିଛନ୍ତି ଗ୍ରାମବାସୀ । ଏହାପରେ ଗ୍ରାମବାସୀ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ସୂଚନା ମୁତାବକ ବହୁଦିନ ଧରି ଗ୍ରାମରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବାବେଳେ ଗ୍ରାମର ଯୁବକମାନେ ଏକାଠି ହୋଇ ମଦ କାରବାର ବନ୍ଦ କରିବାକୁ ଉଦ୍ୟମ ଚଳାଇଥିଲେ। ମଦ ବେପାରୀ ଆଠଗଡ଼ ମେଘ ପଟୁ ମୁଣ୍ଡଳୀ ବ୍ରିଜ ଦେଇ ଭଗିପୁର ବିକ୍ରି କରିବାକୁ ଆସିଥିବାବେଳେ ଧରା ପଡିଥିଲା ଗ୍ରାମବାସୀଙ୍କ ହାତରେ ।

ମଦ ବେପାରୀ ଠାରୁ ଷାଠିଏ ଲିଟର ଦେଶୀ ମଦ, ଏକ ବାଇକ ଜବତ କରିଛି ପୋଲିସ । ଏହା ପୂର୍ବରୁ ଉକ୍ତ ମଦ ବେପାରୀକୁ ଅଟକ ରଖି ବାଙ୍କୀ ଅବକାରୀ ଅଧିକାରୀଙ୍କୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ଦେବାରୁ ଅବକାରୀ ଟିମ ଘଟଣା ସ୍ଥଳକୁ ଆସି ଉକ୍ତ ଚୋରା ମଦ ଓ ବେପାରୀକୁ ଗିରଫ କରିଥିଲେ । ଅବକାରୀ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରି କୋଟ ଫରୱାଡ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକାରୀ । ସେପଟେ ଗ୍ରାମ ଲୋକଙ୍କୁ ପ୍ରଶାସନର ସହାୟତା ମିଳିଲେ ଆଗକୁ ଗ୍ରାମକୁ ମଦ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗ୍ରାମ ଯୁବକମାନେ ବୋଲି କହିଛନ୍ତି ।

Leave a Reply

Your email address will not be published.