ପାଣିରେ ବୁଡି ଯୁବକ ମୃତ

କଟକ: ବାଙ୍କୀ ତାଳବସ୍ତ ଫାଣ୍ଡି ଅଧିନ ଖୋଦ ତାଳବସ୍ତ ଗ୍ରାମ ନୂଆଚୁଆ ପୋଖରି ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକର ନାମ ତପନ ବେହେରା । ତପନଙ୍କୁ ସନ୍ଦେହ ଜନକ ଭାବେ ମାରି ଫୋପାଡି ଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାସହ ମୃତକଙ୍କ ଦେହରେ କ୍ଷତଥିବା ତା ପରିବାର ଲୋକେ କହିଛନ୍ତି । ଏହାସହ ମୃତକକୁ ପୋଖରୀରୁ କୂଳକୁ ଟାଣି ଟାଣି ଆଣିଥିବାବେଳେ କ୍ଷତ ଥିବା ପରିବାର‌ ଲୋକେ ଦର୍ଶାଇଛନ୍ତି । ଘଟଣା ସ୍ଥଳରେ ତଲବସ୍ତ ଫାଣ୍ଡି ପୋଲିସି ପଂହଁଚି ତଦନ୍ତ ଚଳାଇଛନ୍ତି । ସେପଟେ ମୃତ ପରିବାର ଏବେ ନ୍ୟାୟ ଅପେକ୍ଷାରେ ।

Leave a Reply

Your email address will not be published.