ପୋଖରୀରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୋଖରୀରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧାଙ୍କର ମୃତୁ୍ୟ ହୋଇଛି । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ପଞ୍ଚାୟତ ଅନ୍ତର୍ଗତ ଚିତଲପୁର ଗାଁରେ ଦେଖିବାକୁ ମିଳିଛି । ଆଜି ଜଣେ ଦୃଷ୍ଟିହୀନ ବୃଦ୍ଧା ଗ୍ରାମ ପୋଖରୀରେ ଗାଧୋଇବାକୁ ଯାଇ ବୁଡ଼ିଯାଇଥିଲେ । ତେବେ ମୃତ ବୃଦ୍ଧା ଜଣକ ହେଲେ ବୁଟି ସେନାପତି । ପରେ ତାଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରିଥିଲେ । ପରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave a Reply

Your email address will not be published.