ବିଜେଡିର ମିଶ୍ରଣ ପର୍ବ, ଦଳରେ ଯୋଗ ଦେଲେ ଶତାଧିକ କର୍ମୀ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କରମଡିହି‌‌ ମଇଦାନଠାରେ ସୁନ୍ଦରଗଡ଼ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା ସଭାପତି ବିନୟଟପୋଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେଡି ଦଳରେ ଯୋଗ ଦେଇଥିଲେ। ଏହି ଅବସରରେ ରାଜଗାଙ୍ଗପୁର ବ୍ଳକର ପୂର୍ବତନ କୁଟୁନିଆ ସରପଞ୍ଚ ବିକ୍ରମ ଟପ୍ପୋ ମଧ୍ୟ ତାଙ୍କର ଶତାଧିକ କର୍ମୀଙ୍କ ସହିତ ବିଜେଡିରେ ଯୋଗ ଦେଇଥିଲେ । ଓଡ଼ିଶା ବିଜୁଜନତା ଦଳର ସାଧାରଣ ସଂପାଦକ ପ୍ରଣବପ୍ରକାଶ ଦାଶ, ପ୍ରୀତିରଞ୍ଜନ ଘଡାଇ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published.