ଶୀତରେ ଥରିବ ଓଡ଼ିଶା

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଶୀତରେ ଥରିବ ଓଡ଼ିଶା । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଏହା ଘନୀଭୂତ ହୋଇ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଡିସେମ୍ବର ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନା ରହିଛ ବୋଲି ପୂର୍ବାନୁମାନ କରିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି । ତେଣୁ ନଭେମ୍ବର ସୁଦ୍ଧା ଚାଷୀମାନେ ଅମଳ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ଗତକାଲି ଦାରିଙ୍ଗବାଡିରେ ପାରଦ ୧୫ ଡିଗ୍ରୀକୁ ଖସିଆସିଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ, ବୌଦ୍ଧରେ ୨୦, ଟିଟଲାଗଡରେ ୨୦.୩ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସେ କହିଛନ୍ତି । ୨୩ ତାରିଖରୁ ଓଡ଼ିଶାରେ ଶୀତ ବଢିବ । ଉପକୂଳରେ ୨୬ରୁ ଶୀତ ବଢ଼ିବ । ୨୩ରୁ ୨୬ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ ତାରଇଖ ଭିତରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ ହ୍ରାସ ହେବ । ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Leave a Reply

Your email address will not be published.