ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଅଙ୍ଗନବାଡି କର୍ମୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଛି । ଲେଥେକା ଓ ଲାଉଲଇ ପଞ୍ଚାୟତର ସରପଞ୍ଚ ସର୍ବସମ୍ମୁଖରେ ଅନୁଷ୍ଠିତ ସେକ୍ଟର ମିଟିଂରେ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିବା ଅଙ୍ଗନବାଡି କର୍ମୀମାନେ ଅଭିଯୋଗ କରିଛନ୍ତି । ଆଇସିଡିଏସ୍ ସୁପରଭାଇଜରଙ୍କ ଅନୁରୋଧ କ୍ରମେ ସେକ୍ଟର ମିଟିଂରେ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ । ତୁମମାନଙ୍କର ଯୋଗ୍ୟତା ନାହିଁ କାମ କରିବାକୁ । ବୈଠକରେ ବସିବାର ଅଧିକାର ନାହିଁ । ଛୋଟ ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟକୁ ବାଟମାରଣା କରୁଛ । ଖେଳଣା ପଇସା ମାରି ଖାଉଛ । ଘରେ ବସି ଅଙ୍ଗନବାଡି କେନ୍ଦ୍ର ଚଳାଉଛ ଆଦି ବହୁକଟୁ କଥା କହି ଗାଳି ଦେଇଥିଲେ । ବୈଠକରୁ ବାହାରିଯାଅ ବୋଲି ଦୁଇ ସରପଞ୍ଚ ଅଶ୍ରାବ୍ୟ ଭାଷାରେ କହିଥିଲେ । ଏହାକୁ ନେଇ ଅଙ୍ଗବାଡି କର୍ମୀ ମନ୍ଦିକିନୀ ପୃଷ୍ଟି, ଜ୍ୟୋତିର୍ମୟୀ ହାତୀ, ଲକ୍ଷ୍ମୀପ୍ରିୟା ମହନ୍ତ, ରୁବିନା ଦେହୁରୀ, ବଣଝରି ପାତ୍ରଙ୍କ ସମେତ ଅନ୍ୟମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.