ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ଢେଙ୍କାନାଳ ଗସ୍ତ, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ କୁମାର ମହାପାତ୍ର ବୁଧବାର ଢେଙ୍କାନାଳ ଗ୍ରସ୍ତରେ ଆସି ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଦୀର୍ଘ ୫ ବର୍ଷ ହେବ ଅଚଳ ହୋଇ ପଡିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ଏହି ଅବସରରେ ସେ ବାଜିଚୌକସ୍ଥିତ ପୁରୁଣା ମେଡିକାଲକୁ ବୁଲି ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶଙ୍କ ସହ ଆଲୋଚନା କରିଛନ୍ତି । ବିଶେଷକରି ମାନସିକ, ନିଶାନିବାରଣ ସମେତ ବିଭିନ୍ନ ଫ୍ୱାର୍ଡ ଏବଂ ଷ୍ଟାଫ୍ କ୍ୱାଟର ଆଦି କରାଯିବ ବୋଲି କହିଛନ୍ତି ।

ଢେଙ୍କାନାଳ ରୁ ସୌମ୍ୟା ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ

Leave a Reply

Your email address will not be published.