ସରିଲା ପାଣି ପଞ୍ଚାୟତ ନିର୍ବାଚନ, ସଭାପତି ହେଲେ ଆରତୀ ନନ୍ଦ

 

ବାଲେଶ୍ୱର, (ନାଜରାଜ ନ୍ୟୁଜ): ବିଦ୍ୟାଧରପୁର କେନାଲ ବିଭାଜନ ଅଧିନରେ ଥିବା କଲ୍ୟାଣୀ ଡିଷ୍ଟ୍ରିବୁଟାରି ଅନ୍ତର୍ଗତ ଜୟ ଜଗନ୍ନାଥ ପାଣି ପଞ୍ଚାୟତ-୨ର ପ୍ରଥମ ବାର୍ଷିକ ବୈଠକରେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିଲା । ଚକନେତାଙ୍କ ଉପସ୍ଥିତିର ଆଜି ନିର୍ବାଚନ କାର୍ୟ୍ୟ ବିଦ୍ୟାଧରପୁର କେନାଲ ସବଡିଭିଜନ ଖଇରା ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସହକାରୀ ନିର୍ବାଚନ ଅଧିକାରୀ ପାଣି ପଞ୍ଚାୟତ-୨ ଙ୍କ ଉପସ୍ଥିତିରେ ଆଜି ଦିବା ୧୦ ଘଟିକା ସମୟରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିଲା । ସଭାପତି ଭାବେ ଆରତୀ ନନ୍ଦ, ସମ୍ପାଦକ ଭାବେ ଲକ୍ଷ୍ମଣ ପ୍ରସାଦ ଗାହାଣ ଓ କୋଷାଧ୍ୟକ୍ଷ ଭାବେ ରାଜଶ୍ରୀ ଦାସ ନିର୍ବାଚିତ ହୋଇଛନ୍ତି ।

ସେହିପରି ମୂରଲୀଧର ଦାସ, ଯମୁନା ଦାସ, ନାରାୟଣ ନାୟକ, ସନ୍ତୋଷ ମିଶ୍ର, ନିରଞ୍ଜନ ଦାସ, ପିତାମ୍ବର ରାଉତ, ଗୟାଧର ଗାହାଣ, ଗୟାଧର ରାଉତ, ଜଗବନ୍ଧୁ ସ୍ୱାଇଁ, ମନ୍ମଥ ସ୍ୱାଇଁ, ସୁବାସିନୀ ନାୟକ, ସୁବାଷ ଚନ୍ଦ୍ର ପଣ୍ଡା, ରୁବି ନାୟକ ଓ ଭାବିନୀ ଜେନା ପ୍ରମୁଖ ଚକନେତା ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତେ ମିଳିମିଶି ପାଣି ପଞ୍ଚାୟତକୁ ଆଗେଇ ନେବା ସହିତ ଖଇରା ବ୍ଲକ ତଥା ସମଗ୍ର ବାଲେଶ୍ବର ଜିଲ୍ଲାରେ ଆଦର୍ଶ ସାଜିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.