ଅମାନୁଷିକ ଭାବେ ମାଡ ମାରିବା ହେତୁ ଶିକ୍ଷୟିତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ କଲେ ଅଭିଭାବକ

ବାଲେଶ୍ବର, (ନାଗରାଜ ନ୍ଯୁଜ): ଜଣେ ୧୦ମ ଶ୍ରେଣୀ ଛାତ୍ରକୁ ଶିକ୍ଷୟିତ୍ରୀଙ୍କ ଅମାନୁଷିକ ମାଡ, ଏଭଳି ଅଭିଯୋଗ ହୋଇଛି ଔପଦା ଥାନାରେ । ଅଭିଯୋଗରୁ ଜଣାପଡିଛିକି, ବାଲେଶ୍ବର ଜିଲ୍ଲା ଔପଦା ଥାନା ଚଅଁପୁର ଗ୍ରାମର ରାମେଶ୍ୱର ଦାଶଙ୍କ ପୁଅ ପ୍ରଭୂପାଦ ଦାଶ ଔପଦା ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିଲେ । ପ୍ରଭୁପାଦ ଘ୯.୩୦ମି. ସମୟରେ ବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି କାରଣରୁ ଛାତ୍ର ଜଣକ ଝାଳରେ ସମ୍ପୂର୍ଣ୍ଣ ଭିଜିଯାଇଥିଲେ । ଏହି ଝାଳରୁ ନିସ୍ତାର ବା ଟିକିଏ ଆରାମ ପାଇବା ପାଇଁ ଶ୍ରେଣୀ ଗୃହରେ ଲାଗିଥିବା ଫ୍ୟାନ(ପଙ୍ଖା) ତଳେ ବସି ପଡିଥିଲେ ।

ହଠାତ୍ ଏହାଦେଖି ଶିକ୍ଷୟିତ୍ରୀ ସଞ୍ଜୁକ୍ତା ଦାସ ଛାତ୍ର ପ୍ରଭୁପାଦ(ଛାତ୍ର)କୁ ବାଡିରେ ନିସ୍ତୁକ ମାଡ ମାରିଥିଲେ । ଯାହାଫଳରେ ଛାତ୍ରଟି ଲହୁଲୁହାଣ ହୋଇଯାଇଥିଲା । ଖବରପାଇ ଛାତ୍ରର ଅଭିଭାବକ ନ୍ଯାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି ବିଦ୍ଯାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ସରକାର । ସଠିକ୍ ତଦନ୍ତ କରି ଉପଯୁକ୍ତ ନ୍ଯାୟ ପ୍ରଦାନ କରିବା ନିମନ୍ତେ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି ପିତା ରାମେଶ୍ୱର ଦାଶ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.