ପୋଲିସ ଗାଡିକୁ ଧକ୍କା ଦେଲା ପିକ ଅପ ଗାଡି

ଖଇରା,(ନାଗରାଜ ନ୍ୟୁଜ): ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପୋଲିସ ଏଏସଆଇ ସଂଗ୍ରାମ ବେହେରା ସଦଳ ବଳେ ବାଲେଶ୍ବର ଜିଲ୍ଲା ଔପଦା ଥାନା ପଶ୍ଚିମା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ । ଠିକ ଏହି ସମୟରେ ମୟୁରଭଞ୍ଜ ପଟୁ ଦ୍ରୁତ ଗତିରେ ବେପରୁଆ ଭାବେ ଔପଦା ଆଡକୁ ଆସୁଥିବା ଏକ ପିକ ଅପ ଓଡି୦୧ଏ ୯୩୬୧ ପଶ୍ଚିମା ଛକ ନିକଟରେ ରେ ଛିଡା ହୋଇଥିବା ଥାନା ଗାଡି କୁ ଜୋର ରେ ଧକ୍କା ଦେଇଥିଲା, ଏହା ଫଳରେ ଥାନା ଗାଡିର ଆଗ ପଟ ଓ ପଛ ପଟ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ପିକ୍ପପ ଟି ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଔପଦା ବଡ଼ପୋଖରୀ ରାସ୍ତା ରେ ଯାଉଥିବା ବେଳେ ତାକୁ ଗୋଡ଼ା ଗୋଡି କରିବାରୁ ପିକ୍ପପ ର ଡ୍ରାଇଭ ଅଘିରାପଦା ପଞ୍ଚାୟତ ନିକଟସ୍ଥ ପଛ ପଟ ଜଙ୍ଗଲ ଗାଡ଼ିଟିକୁ ଲୁଚାଇ ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛି । ପୋଲିସ ଏହି ପିକପ କୁ ଜବଦ କରି ଥାନା କୁ ଆଣିଥିବାର ଜଣାଯାଇଛି । ଡ୍ରାଇଭର ମାନଙ୍କ ର ଏହି ଭଳି ଗାଡି ଚାଳନା ଯୋଗୁଁ ପ୍ରତ୍ୟେକ ଦିନ ରାସ୍ତା ରେ ଦୁର୍ଘଟଣା ଘଟୁଛି,ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.