ଚର୍ଚ୍ଚିତ ଆଇଟମ ଗାର୍ଲ୍ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

କଟକ,(ନାଗରାଜ ନ୍ୟୁଜ): ଭୁବନେଶ୍ୱର ରୁ ସାହୁ ବାବୁଙ୍କ ବିବାହ ଭୋଜି ସାରି ସାତମାଇଲ ନିକଟରେ ଥିବା ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା ସମୟରେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଗୋଟିଏ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଚାଳକ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିବା ବେଳେ ରାଣୀ ପଣ୍ଡାଙ୍କ ଗାଡି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୁରୁତର ଆହତ ଯୁବକ ଜଣକ ନିକଟସ୍ଥ ରାଜନଗର ଗ୍ରାମର ଶ୍ରୀନିବାସ ବେହେରା ଙ୍କ ପୁଅ ସୁକାନ୍ତ ବେହେରା ହୋଇ ଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ରାଣୀ ପଣ୍ଡା ଓ ଡ୍ରାଇଭରକୁ ଆଠଗଡଥାନା କୁ ନେଇ ଆସିଥିବା ଆଠଗଡ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ସୂଚନା ଦେଇ ଛନ୍ତି।ଅନ୍ୟପଟେ କଟକ ବଡ଼ ଡ଼ାକ୍ତରଖାନାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସୁକାନ୍ତ ବେହେରାଙ୍କ ର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

Leave a Reply

Your email address will not be published.