ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କୋରାପୁଟ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵରର ଫେସବୁକ୍ ଗୃପରେ ଗତ ତା ୦୧/୦୨/୨୨ରିଖରେ ଚଳିତବର୍ଷର ଦ୍ବିତୀୟ ପର୍ଯ୍ୟାୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୧ ଜଣ ପ୍ରତିଯୋଗୀ ଭାଗନେଇ ଥିଲେ ।

ସେମାନଙ୍କ ମଧ୍ୟରୁ ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ମମତାରାଣୀ ଶତପଥୀ, ଗଞ୍ଜାମ, ରୀତାଞ୍ଜଳି ଡାକୁଆ, ଜୟପୁର, କୋରାପୁଟ, ବୈଜୟନ୍ତୀମାଳା ରାଉତ, ନିଆଳି, କଟକ, ତିଳୋତ୍ତମା ସାହୁ(ପ୍ରଗତିବାଦୀ ସବ୍ ଏଡିଟର), ଜଗତପୁର, କଟକ, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର, ଅନସୂୟା ରାଉତ, ବାଲିଅନ୍ତା, ଖୋର୍ଦ୍ଧା, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଦେବେନ୍ଦ୍ର ନାୟକ, ମିଟୁଆଣି, ମୟୂରଭଞ୍ଜ ଓ କଳ୍ପନା ନାୟକ, ଠାକୁରମୁଣ୍ଡା, ମୟୂରଭଞ୍ଜ ପ୍ରମୁଖ ଭାଗନେଇ ବହୁତ ସୁନ୍ଦର ସୁନ୍ଦର ନିଜସ୍ୱ ଫଟୋଚିତ୍ର ପୋଷ୍ଟ କରିଥିଲେ । ଫଟୋ ଗୁଡିକୁ ସମୀକ୍ଷା କରିବା ପାଇଁ ମନିତା ବେହେରା, ଗଞ୍ଜାମ, ଯାଜ୍ଞସେନୀ ପଣ୍ଡା, ବାଲେଶ୍ଵର, ସୁଜାତା ଦାସ ମହାନ୍ତି କଟକ ଏବଂ ରଶ୍ମିତା ପାତ୍ରଙ୍କୁ ନେଇ ଏକ ସମୀକ୍ଷା ମଣ୍ଡଳୀ ଗଠନ କରାଯାଇଥିଲା ।

ଯାହାର ମୁଖ୍ୟ ସମୀକ୍ଷା ଦାୟିତ୍ୱରେ ଥିଲେ ଯାଜପୁରରୁ ସରସ୍ୱତୀ ପଣ୍ଡା । ସମୀକ୍ଷାରେ ଓଡ଼ିଆ ସଂସ୍କୃତି, ଚାଲିଚଳଣୀ, ବେଶଭୂଷା ଇତ୍ୟାଦିକୁ ଆଧାର କରି ସମସ୍ତ ୪ ଜଣଙ୍କ ସମୀକ୍ଷା ପ୍ରତି ଧ୍ୟାନ ଦେଇ ମୁଖ୍ୟ ସମୀକ୍ଷକ ଶ୍ରୀମତୀ ପଣ୍ଡା ରୀତାଞ୍ଜଳି ଡାକୁଆଙ୍କୁ ପ୍ରଥମ ସ୍ଥାନ, ସୁସ୍ମିତା ମହାପାତ୍ରଙ୍କୁ ଦ୍ବିତୀୟ ସ୍ଥାନ ଓ ତିଳୋତ୍ତମା ସାହୁଙ୍କୁ ତୃତୀୟ ସ୍ଥାନରେ ସ୍ଥାନୀତ କରିଥିଲେ । ଯାହାର ଫଳାଫଳ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଛନ୍ତି । ଚଳିତ ବର୍ଷ କେବଳ ପ୍ରଥମ ପ୍ରତିଯୋଗୀଙ୍କୁ ବାର୍ଷିକ ପ୍ରୋଗ୍ରାମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ, ଯାହା ଅନୁଷ୍ଠାନ ଦ୍ବାରା ଘୋଷଣା କରାଯାଇଅଛି ।

Leave a Reply

Your email address will not be published.