ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ବର ଜିଲ୍ଲା

ଖଇରା, (ନାଗରାଜ ନ୍ୟୁଜ): ପ୍ରତି ମାସ ଏକ ତାରିଖରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଗୃପରେ ଫଟୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ମାସ ଏକ ତାରିଖରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁସ୍ମିତା ମହାପାତ୍ର ସୁନ୍ଦରଗଡ, ଯାଜ୍ଞସେନୀ ପଣ୍ଡା ବାଲେଶ୍ବର, ଅନ୍ନପୂର୍ଣ୍ଣା ସାହୁ ଖୋର୍ଦ୍ଧା, ରୀତାଅପରାଜିତା ମହାନ୍ତି ଖୋର୍ଦ୍ଧା ଓ ଦିପ୍ତୀମୟୀ ଜେନା ଭଦ୍ରକ ପ୍ରମୁଖ ପ୍ରତିଯୋଗୀମାନେ ଭାଗନେଇ କାର୍ଯ୍ୟକ୍ରମଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ । ସରସ୍ବତୀ ପଣ୍ଡା ଯାଜପୁର ଏବଂ ସୁନିତା ପରିଡା ବାଲେଶ୍ଵରଙ୍କୁ ନେଇ ଫଟୋ ଗୁଡିକୁ ସମୀକ୍ଷା କରାଯାଇଥିଲା । ଯାହର ଫଳାଫଳ ପ୍ରକାଶ ପାଇଛି । ଏଥର ଅଧିକ ପରିମାଣର ଫଟୋଚିତ୍ର ଆସି ନଥିବାରୁ କେବଳ ପ୍ରଥମ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ବଡ଼ ଆଶ୍ଚର୍ଯ୍ୟର କଥା ସମସ୍ତଙ୍କୁ ପଛରେ ବାଲେଶ୍ବର ଜିଲ୍ଲା ବାଲିଖଣ୍ଡ ଅଞ୍ଚଳର ଜଣେ ସୁଗୃହିଣୀ, ସୁ ସାହିତ୍ୟିକା ତଥା ସୁଦୂର ବାଙ୍ଗାଲୋରରେ ଶିକ୍ଷକତା କରୁଥିବା ଯାଜ୍ଞସେନୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ସବୁ ମହଲରୁ ତାଙ୍କୁ ସ୍ବାଗତ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିଛି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସାର୍ଟିଫିକେଟ ଓ ମାନପତ୍ର ଗ୍ରହଣ କରିବା ପାଇଁ ଶ୍ରୀମତୀ ପଣ୍ଡାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ କେବଳ ପ୍ରଥମ ପ୍ରତିଯୋଗୀଙ୍କୁ ବାର୍ଷିକ ପ୍ରୋଗ୍ରାମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ, ଯାହା ଅନୁଷ୍ଠାନ ଦ୍ବାରା ଘୋଷଣା କରାଯାଇଅଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.