ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦ, କୁପାରୀ ତରଫରୁ ୩୦ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ବାବା ଶୁଭେନ୍ଦୁମୁନି ଉଦାସୀନ ଉଦଘାଟକ ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ବେଦପାଠ କରିଥିଲେ ପଣ୍ଡିତ ରତ୍ନାକର ଶତପଥୀ । ଏହି ଉତ୍ସବ ୨ ଗୋଟି ପର୍ଯ୍ଯାୟରେ ଶେଷ ହୋଇଥିଲା । ପ୍ରଥମ ପର୍ଯ୍ଯାୟରେ କବିତା ପାଠ ହୋଇଥିଲା । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ଉତ୍ସବରେ ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ, ଡ. ଭାଗବତ ପ୍ରସାଦ ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଜେନା, ହରିହର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ସଂଯୋଜନା କରିଥିଲେ ହରେକୃଷ୍ଣ ପଣ୍ଡା । ବିଭିନ୍ନ ସ୍ଥାନରୁ ଆସିଥୀ ବସନ୍ତ କୁମାର ଦାସ, ନିରଞ୍ଜନ ବାରିକ, ସୁରେନ୍ଦ୍ର ବଳବନ୍ତରାୟ, ଦୁର୍ଗାମାଧବ ଜେନା, ସନ୍ଧ୍ୟାରାଣୀ ପଟନାୟକ, ରାଜରାଣୀ ଜେନା ଓ ସୁଦାମ ଚରଣ ରାଉତଙ୍କ ସମେତ ପ୍ରାୟ ଶତାଧିକ କବି କବୟିତ୍ରୀ କବିତା ପାଠ କରି ଆତ୍ମସନ୍ତୋଷ ଭାଲ କରିଥିଲେ ।

ସେହିପରି ଦ୍ବିତୀୟ ପର୍ଯ୍ଯାୟଟି ଥିଲା ସାମ୍ବତ୍ସରିକ ସାରସ୍ୱତ ସମାରୋହର ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା । ସଭାପତି ଅନାମ ଚରଣ ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଡ. ଭଗବାନ ଚନ୍ଦ୍ର ବେହେରା, ଧାମନଗର ମହାବିଦ୍ୟାଳୟର ଅଧ୍ଯକ୍ଷ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ଯକ୍ଷା ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ସାହିତ୍ୟ ୩ ପ୍ରକାର, ରହସ୍ୟ ଉନ୍ମୋଚନ କରିବା ସାହିତ୍ୟର ଲକ୍ଷ୍ୟ, ସାହିତ୍ୟ ରଚନା କିଭଳି ହେବା ଦରକାର, ସାହିତ୍ୟ ଆମକୁ କି ଶିକ୍ଷା ଦିଏ, ଏହିଭଳି ସାହିତ୍ୟର ବିଭିନ୍ନ ଦିଗ ଉପରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭା ପରିଚାଳନାରେ ସମସ୍ତେ ସନ୍ତୁଷ୍ଟ ହୋଇଥିଲେ । ମଞ୍ଚାସୀନ ଅତିଥି ମାନେ ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ” କଲ୍ଯାଣ ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପ୍ରକାଶ ଚନ୍ଦ୍ର ଦକ୍ଷିଣରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ଭରତ ଚନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ, ବିଷ୍ଣୁ ପ୍ରସାଦ ବହଳି, ଦୁର୍ଗାମାଧବ ଜେନା, ପୁରସ୍ତମ ନାୟକ, ସୁରେନ୍ଦ୍ର ବଳବନ୍ତରାୟ, ଜଗନ୍ନାଥ ମହାପାତ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ, ନରହରି ସାହୁ, ପ୍ରସନ୍ନ ମତଗଜ ଓ ପରେଶ ପ୍ରସାଦ ଦକ୍ଷିଣରାୟଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.