ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସରପଞ୍ଚ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପୋରୁହଖୋଜ ପଞ୍ଚାୟତର ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ଆଜି ତାଙ୍କର ୩୦ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ । ରାଧାକୃଷ୍ଣ ପ୍ରାଥମିକ ବିଦ୍ୟାପୀଠରେ ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ରାଜ ନେତା, ବରିଷ୍ଠ ସମାଜ ସେବି ସତ୍ୟପ୍ରସାଦ ଦାସ ଶିବିରରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁରଲିଧର ରାଉତ, ଉପଦେଷ୍ଟା ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ, ଅନନ୍ତ ଚରଣ ସତପଥି, ସାଧାରଣ ସମ୍ପାଦକ ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ, ବିପିନ୍ ବିହାରୀ ସି, ବରିଷ୍ଠ ନାଗରିକ ମଞ୍ଚ ଉପସଭାପତି ଗଁଦିଆ, ଯୁବ ସମାଜସେବୀ ତାପସ୍ କୁମାର ରାଉତ, ଦିପକ କୁମାର ମିଶ୍ର, ସୂର୍ଯ୍ୟାଲୋକ ଫାଉଣ୍ଡେସନର ଅଧ୍ୟକ୍ଷ ଢେଙ୍କାନାଳ ଓ ସ୍ମିତା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ସୂର୍ଯ୍ୟାଲୋକ ଫାଉଣ୍ଡେସନର ମହାନିର୍ଦ୍ଦେଶକ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଆଞ୍ଚଳିକ ସେବା ସଂଗଠନର ସଦସ୍ୟମାନଙ୍କୁ ନେଇ ଏହି ମହତ କାର୍ୟ୍ୟ କରିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.