ଆରମ୍ଭ ହେଲା କଟକ ମହାନଗର ନିଗମର ଦ୍ଵିତୀୟ କାଉନସିଲ ବୈଠକ

କଟକ, (ନାଗରାଜ ନ୍ୟୁଜ): ଆରମ୍ଭ ହେଲା କଟକ ମହାନଗର ନିଗମ ର ଦ୍ଵିତୀୟ କାଉନସିଲ ବୈଠକ । ଯୋଗଦେଲେ ସି ଏମ୍ ସି କମିଶନର, ମେୟର,ଡେପୁଟି ମେୟର ଓ ସମସ୍ତ ୫୯ ୱାର୍ଡର କର୍ପୋରେଟର। ଆଜି ନଅଟି ଷ୍ଟାଣ୍ଡିଙ୍ଗ କମିଟି ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା । ଅପରାହ୍ନ ୨ ଟା ସୁଦ୍ଧା ପ୍ରତିହାର। ଆବଶ୍ୟକ ସ୍ଥଳେ ୨.୩୦ ରୁ ୪ ପର୍ଯନ୍ତ ଭୋଟ ଗ୍ରହଣ କରାଯିବ ଏବଂ ୫ ଟା ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published.