ତିନିଦିନିଆ ବିଶ୍ଵ ନାଟ୍ୟ ଦିବସର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଅନ୍ନପୂର୍ଣ ରଙ୍ଗମଞ୍ଚରେ ପୁରୀ ଆର୍ଟିଷ୍ଟ ଅସୋସିଏସନ୍‌ ପକ୍ଷରୁ ତିନିଦିନିଆ ବିଶ୍ଵ ନାଟ୍ୟ ଦିବସ ର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ସନ୍ଧ୍ୟା ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି ।ସନ୍ଧ୍ୟାରେ ରଙ୍ଗମଞ୍ଚରେ ନାଟକ ପରିବେଷଣ ସହ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ବରେନ୍ୟ ଅତିଥି ଭାବେ ବରିଷ୍ଠ ସେବାୟତ ତଥା ସମାଜସେବୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସେବାୟତ ଭଗବାନ ମହାସୁଆର,ପ୍ରୟାସ ଟେଲିଭିଜନ ର ମୁଖ୍ୟ ତଥା ଅନୁଷ୍ଠାନ ର ମାର୍ଗଦର୍ଶକ ପ୍ରଦ୍ୟୁମ୍ନ ମିଶ୍ର,ସମାଜ ସେବୀ ଅନିରୁଦ୍ଧ ରାଉତ,ସମଙ୍ଗ ପଞ୍ଚାୟତର ନୋମିନି ପ୍ରସନ୍ନ କୁମାର ମିଶ୍ର , ଅନୁଷ୍ଠାନର ସଂଯୋଜକ ରାଧେଶ୍ୟାମ ରଥ ଏବଂ ଅନୁଷ୍ଠାନ ସମ୍ପାଦକ ରାମକୃଷ୍ଣ ମହାପାତ୍ର ମଞ୍ଚସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ମନିଷା ମହାନ୍ତି,ପ୍ରଥମ ରାତ୍ରିରେ ମଞ୍ଚସ୍ଥ ନାଟକର ନିର୍ଦ୍ଦେଶକ ରବି ତ୍ରିପାଠୀ ଏବଂ ଦ୍ଵିତୀୟ ରାତ୍ରୀରେ ମଞ୍ଚସ୍ଥ ନାଟକର ନିର୍ଦ୍ଦେଶକ ଭରତ ନାୟକ ଙ୍କୁ ଅତିଥିମାନେ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବନ୍ଧିତ କରିଥିଲେ।

ଏହାପରେ ନାଟକ ‘ଏବେ ନୁହେଁ ତ କେବେ ନୁହେଁ’ ମଞ୍ଚସ୍ଥ ହୋଇଥିଲା। ପୁରୀ ଆର୍ଟିଷ୍ଟ ଆସୋସିଏସନ୍‌ର କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ମଞ୍ଚ ସାମ୍ନାରେ ବାନ୍ଧି ରଖିଥିଲା । ସାହିତ୍ୟିକ ହରିହର ମିଶ୍ରଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶକ ଥିଲେ ଭରତ ନାୟକ। ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ଅଞ୍ଜନ କୁମାର ଏବଂ ମଞ୍ଚସଜ୍ଜାରେ ଥିଲେ ଶରତ ମହାନ୍ତି। କାର୍ଯ୍ୟକ୍ରମକୁ ନାଟକ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ଓ ସଭାପତି ଶ୍ରୀ ଦତ୍ତ ପରିଚାଳନା କରିଥିଲେ। ଅନୁଷ୍ଠାନ ସଦସ୍ୟ ହରେକୃଷ୍ଣ ମିଶ୍ର,ଭାରତୀ ମହାପାତ୍ର, ସବିତା ହରିଚନ୍ଦନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published.