ଦଲାର ଗ୍ରାମରେ ନବବଧୂର ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପ୍ରଥମେ ବିନା ଯୌତୁକ ରେ ବାହାଘର ପରେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ମୃତ୍ୟୁ ମୁଖକୁ ଠେଲି ଦିଆଯିବା ଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଦଲାର ଗ୍ରାମ ରେ । ଉକ୍ତ ଗ୍ରାମର ନନ୍ଦ କିଶୋର ଦାସ ଙ୍କ ପୁଅ ନରେନ୍ଦ୍ର କୁମାର ଦାସ ଓରଫ ବିଷ୍ଣୁ (୨୪) ଗତ ୨୪/୦୫/୨୦୨୧ ରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ତରାଜଙ୍ଗ ଗ୍ରାମ ରେ ସଞ୍ଜୟ ଷଣ୍ଢ ଙ୍କ ଝିଅ ସଙ୍ଗୀତା ଷଣ୍ଢ ଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ଵିଵାହ ସମୟରେ କୋୖଣସି ଯୌତୁକ ପାଇଁ ମନା କରିଥିଲେ ମଧ୍ୟ ପରେ ବାରମ୍ୱାର ଯୌତୁକ ନିର୍ଯାତନା ଦେବାସହ ଶେଷ ରେ ମାରି ଟାଙ୍ଗୀ ଦେଇଥିବା ସଙ୍ଗୀତା ଙ୍କ ଭାଈ ସୌମ୍ୟରଞ୍ଜନ ଷଣ୍ଢ ଗଁନ୍ଦିଆ ଥାନା ରେ ଅଭିଯୋଗ କରିଛନ୍ତି । ଗଁଦିଆ ପୋଲିସ ୨୭/ ୦୩/୨୦୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।୨୮ ତାରିଖ ସକାଳେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ , ଏବଂ ସାଇଁଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।ତେବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ମିଳୁଛି ନବବଧୂକୁ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ 

Leave a Reply

Your email address will not be published.