ପାଟଣାଗଡ ସିଟିଜେନ କମିଟିର ଦ୍ଵିତୀୟ ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର: ପାଟଣାଗଡ ସିଟିଜେନ କମିଟିର ଦ୍ଵିତୀୟ ସାଧାରଣ ସଭା ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପାଟଣାଗଡ ଏନ.ଏ.ସି ଅନ୍ତର୍ଭୁକ୍ତ ପ୍ରତ୍ୟେକ ପଡ଼ାର ପାନୀୟ ଜଳ ଯୋଗାଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।ଏହାସହିତ ବିଭିନ୍ନ‌ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏନ.ଏ.ସି. ର ସମସ୍ତ ପଡ଼ାର ପାଣି ସପ୍ଲାଏ ପୋଷ୍ଟରେ ଥିବା ଟ୍ୟାପ ଗୁଡିକ ଅଚଳ ହୋଇ ପିଇବାପାଣି ନଷ୍ଟ ହେଉଥିବାରୁ ସେଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ଜନ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଦୃଷ୍ଟି ଆକର୍ଷଣ କରିବା, ପ୍ରତ୍ୟେକ ପଡ଼ାର ନାଳ ମାନଙ୍କରେ ମଇଳା ଆବର୍ଜନା ଭର୍ତ୍ତି ହୋଇ ପରିବେଶ ଦୂଷିତ ହେଉଥିବାରୁ ଜଳ ନିଷ୍କାସନ ସକାଶେ ତୁରନ୍ତ ନାଳ ନର୍ଦ୍ଧମା ଗୁଡିକ ସଫା ସୁତୁରା କରିବା, ବୁଲା ଗୋରୁ ଗାଈ ମାନଙ୍କ ଯୋଗୁଁ ରାସ୍ତାରେ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ହେଉଥିବାରୁ ଗାଈ ଗୋରୁଙ୍କ ପାଇଁ କାଞ୍ଜି ଗୃହ ବ୍ୟବସ୍ଥା, ପାଟଣାଗଡ଼ ସହରରେ ଅଚଳ ହୋଇ ପଡିରହିଥିବା ଷ୍ଟ୍ରିଟ ଲାଇଟ ପଏଣ୍ଟ ଗୁଡିକ ତୁରନ୍ତ ସଜାଡ଼ିବା,ଏନ.ଏ.ସି ଅଧିନସ୍ଥ ସମସ୍ତ ବୃଦ୍ଧାବୃଦ୍ଧ ମାନଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଭତ୍ତା ପ୍ରଦାନ କରିବା ପାଇଁ

ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ କମିଟି ତରଫରୁ ଲିଖିତ ଜଣାଇବାକୁ ନିଷ୍ପତ୍ତି କରାଯାଇଥିଲା । ସିଟିଜେନ କମିଟିର ସୁପରିଚାଳନା ପାଇଁ ସଭାପତି,ଉପସଭାପତି,ସାଧାରଣ ସମ୍ପାଦକ,ସହ ସମ୍ପାଦକ, କୋଷାଧକ୍ଷ,ସଂଗଠକ ସମେତ କାର୍ଯ୍ୟ ନିର୍ବାହୀ ସଭ୍ୟ,ଉପଦେଷ୍ଟା ସଭ୍ୟ,ଆଇନ ପରାମର୍ଶ ଦାତା ଦୁଇ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ବଲାଙ୍ଗିରରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ ନାଗରାଜ ନ୍ୟୁଜ

Leave a Reply

Your email address will not be published.