ଅନୁଷ୍ଠିତ ହେବ ସପ୍ତମ ଓ ଅଷ୍ଟମ ବାର୍ଷିକ ଉତ୍ସବ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ଗ୍ରାମପଞ୍ଚାୟତ କମାରପାଳ ବଉଳଡିହ ସ୍ଥିତ ଶନିଶ୍ଚରଙ୍କ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମାଜ କଲ୍ଯାଣ ସମିତି ଔପଦା ବାଲେଶ୍ଵରର ୭ମ ବାର୍ଷିକ ଏବଂ ଶନିଶ୍ଚରଙ୍କ ୮ମ ବାର୍ଷିକ ଉତ୍ସବ ଆସନ୍ତା ତା ୨୫/୩/୨୨ ଓ ୨୬/୩/୨୨ ରିଖ ଶୁକ୍ରବାର ଓ ଶନିବାର ୨ଦିନ ଧରି ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ବୋଲି ସମ୍ପାଦକ ଦୈତାରି ପାଢୀ ଜଣାଇଛନ୍ତି । ଏବିଷୟରେ ଗତକାଲି ଅର୍ଥାତ୍ ତା ୧୪/୩/୨୨ ରିଖ ସୋମବାର ସମ୍ପାଦକ ଦୈତାରି ପାଢୀଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ ହୋଇ ଉପରୋକ୍ତ ତାରିଖ ଧାର୍ଯ୍ୟ ହୋଇଥିଲା । ଏଥିରେ ଯୋଗଦେବା ନିମନ୍ତେ ପଣ୍ଡିତ, ଜ୍ଞାନୀଗୁଣୀ ଓ ଆଗ୍ରହୀ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିବେଦନ କରିଛନ୍ତି ସମ୍ପାଦକ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.