ଚୋରା ଦେଶୀ ମଦ ଜବତ

ପୁରୀ, (ନାଗରାଜ ନ୍ୟୁଜ ): ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚିଲିକା ଭିତରେ ଡୀଂୟକୁଦା ଅଂଚଳରେ କୁଦା ନଂ-୨ ରେ ଦେଶୀ ରନ୍ଧା ମଦ ମହଜୁଦ ରଖି ପ୍ୟାକିଙ୍ଗ କରି ମାଲୁଦ ଏବଂ ସାତପଡ଼ା ଅଞ୍ଚଳରେ ଖୁଚୁରା ବ୍ୟାପାରିଙ୍କୁ ଯୋଗାଇ ଦିଆଯାଇ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଥିଲା । ଆଜି ସକାଳେ ଚଢ଼ାଉ କରି ଶତୃଘ୍ନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜବତ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ପ୍ରାୟ ୪୦,୦୦୦ ଟଙ୍କାରୁ ଉର୍ଧ୍ଵ ହେବ ।

Leave a Reply

Your email address will not be published.