ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ପୁରୀ ପୋଲିସ ଆଦାୟ କଲା ଫାଇନ

ପୁରୀ, (ନାଗରାଜ ନ୍ୟୁଜ): ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ପୁରୀ ପୋଲିସ ଆଦାୟ କରିଛି ଫାଇନ । ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଖଜା ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟା ଥିବା ଦିବ୍ୟାଙ୍ଗ ହରିହର ସାହୁଙ୍କୁ ଏହି ଫାଇନ ହୋଇଛି । ପୁରୀ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ହାତ ନଥିବା ଏକ ଗରିବ ବ୍ୟବସାୟୀଠାରୁ ଫାଇନ ଆଦାୟ କରିଛି ପୋଲିସ । ତେବେ ଫାଇନ ନ କାଟିବାକୁ ଦିବ୍ୟାଙ୍ଗ ହରିହର ବହୁ କାକୁତିମିନତି ହୋଇଥିଲେ । ହେଲେ ପୋଲିସ ନ ଶୁଣି ନିରୀହ ହରିହରଙ୍କୁ ଦିନ ଯାକର ବ୍ୟବସାୟ ପୋଲିସ ନେଇ ୭ଶହ ଟଙ୍କା ଫାଇନ କଟାଯାଇଛି । ଦିନକୁ ୭୦୦ ଟଙ୍କା ରୋଜଗାର ନ ଥିବାବେଳେ ଏହି ଫାଇନ ଦେବା ଫଳରେ ସେ କେମିତି ଘର ପରିବାର ଚଳାଇବେ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି । ପୁରୀ ପୋଲିସର ଏଭଳି ଅମାନବୀୟ ଆଚରଣ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଦିବ୍ୟାଙ୍ଗ ହରିହରଙ୍କୁ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.