ବାତ୍ୟାଶ୍ରୟଙ୍କୁ ଚିତ୍ତଲପୁର ପଞ୍ଚାୟତରେ ଅଣଦେଖା

ଢେଙ୍କାନାଳ: ହିନ୍ଦୋଳ ବ୍ଲକର ପ୍ରାୟ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଓ ଅନ୍ୟ କର୍ମଚାରୀ ଅର୍ଥ ହରିଲୁଟ ଘଟଣା ସାମ୍ନାକୁ ଆସିଛି । ବାତ୍ୟା ୟାସ ସହିତ ମହାମାରୀ କରୋନା ପ୍ରକୋପକୁ ନଜରରେ ରଖି ଜିରୋ କାଜୁଆଲିଟି ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ।

ପଞ୍ଚାୟତର ବେଡାଗ୍ରାମରେ ଗରିବ ନିରିହ ଜନସାଧାରଣଙ୍କୁ ବାତ୍ୟା ସମୟରେ ଅଣଦେଖା କରିଛନ୍ତି ଖୋଦ ସରପଞ୍ଚ ନନ୍ଦିନୀ ଚାନ୍ଦ୍ ଓ କର୍ମଚାରୀ ଗଣ । ଗାଁ ଅଙ୍ଗନବାଡି ଓ ସ୍କୁଲରେ ଆଶ୍ରୟ ନେଇଥିବା ଲୋକ ମାନେ ଅଭିଯୋଗ ଆଣିଛନ୍ତି । ଖବରଦାତା ସେଠି ପହଞ୍ଚିବାର ଖବର ପାଇ ସରପଞ୍ଚଙ୍କ ସ୍ଵାମୀ ଗଣେଶ୍ବର ମାହାଳିକ ଦୁଇଦିନ ଖାଦ୍ଯ ବାବଦରେ ଏକ ୧୦ଟଙ୍କିଆ ବିସ୍କୁଟ, ୧୦ଟଙ୍କିଆ ପାଣି ବୋତଲ ଓ କିଛି ଶୁଖିଲା ଚୁଡା ଲୋକମାନଙ୍କୁ ଦେଇଥିବା ଆଶ୍ରୟକାରୀ ଜଣାଇଛନ୍ତି । ପଞ୍ଚାୟତର କଲ୍ୟାଣମଣ୍ଡପ ୫ କିଲୋମିଟର ବେଡା ଗାଁଠାରୁ । କଲ୍ୟାଣମଣ୍ଡପ ଠାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସରପଞ୍ଚଙ୍କ ସ୍ଵାମୀ ଓ ପଞ୍ଚାୟତ ଅଧିକାରିଣୀ ଲକ୍ଷ୍ମୀ ନାଏକ । ମଣ୍ଡପକୁ ଯାଇ ଦେଖିଲା ବେଳକୁ କୌଣସି ଲୋକ ନାହାନ୍ତି କି କୌଣସି ସୁବିଧା କରାଯାଇନାହି । ତେବେ ଏଭଳି ଭାବରେ ସରକାରଙ୍କର ପ୍ରଚେଷ୍ଟାକୁ ଭଣ୍ଡୁର କରିବାରେ ହେଳା କରି ନାହାଁନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ । ଲୋକମାନେ କୋଭିଡ ସମୟରେ ବିନା ସାନିଟାଇଜ, ବିନାମାସ୍କ , ବିନା ସାମାଜିକ ଦୂରତା ଓ ବିନା ଖାଦ୍ୟରେ ଦୁଇଦିନ କଷ୍ଟରେ କିଭଳି କଟାଇଥିବେ ତାହା ଭାବିବା ବେଳକୁ ଦୁଃଖ ଲାଗୁଛି ।

Leave a Reply

Your email address will not be published.