ଫୁଟପାତର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ରର ପଢା ଘର

ରାଜଗାଙ୍ଗପୁର: ରାଜ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ରର ପଢା ଘର । ଏଭଳି ଘଟଣା ଆସିଛି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରୁ । ଖବର ଅନୁସାରେ ଆଜକୁ ୩୦ ବର୍ଷ ପୂର୍ବେ ବିହାର ରାଜ୍ୟରୁ ଅଭିଷେକ ରାୟର ସପରିବାର ରାଜଗାଙ୍ଗପୁର ସହରକୁ ଆସି ଉଆଡ ନମ୍ବର ୧୪ ରାନୀ ବନ୍ଦ ଠାରେ ରହୁଛନ୍ତି । ଅଭିଷେକ ଯିଏକି ସପ୍ତମ ଶ୍ରେଣୀର ଛାତ୍ର । ପାଠପଢି ପୋଲିସ ଅଫିସର ହେବାକୁ ଇଛା ରଖିଛି ହେଲେ ଅର୍ଥ ସାଜୁଛି ବାଧକ । ଅଭିଷେକ ନିଜ ପାଠ ପଢା ବ୍ୟତିତ ବାପା ଶମ୍ଭୁ ରାୟଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟରେ ସାହାର୍ଯ୍ୟ କରନ୍ତି । ବାପା ଶମ୍ଭୁ ରାୟର ଆର୍ଥିକବସ୍ଥା ସ୍ବଚ୍ଛଳ ହୋଇନଥିବାରୁ ଘରେ ବିଜୁଳି ସଂଯୋଗ ହୋଇନାହିଁ । ଏହି କାରଣରୁ ରାଜ୍ୟ ରାଜପଥରେ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍ ପାଠପଢେ ଅଭିଷେକ । ଯେଉଁ ସନ୍ଧ୍ୟାରେ ବର୍ଷା ହୁଏ ସେହିଦିନ ଅଭିଷେକ ପାଠପଢା ବନ୍ଦ । ଏହି କାରଣରୁ ଅଭିଷେକର ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରଛନ୍ତି ସ୍ଥାନୀୟ ଲୋକେ ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

 

Leave a Reply

Your email address will not be published.