ଗୁରୁ ଛାତ୍ରର ପରମ୍ପରାକୁ ଭୁଲି ନାହାନ୍ତି କରୁଣାକର

ଖଇରା, (ନାଗରାଜ ନ୍ୟୁଜ): ଆଜିକା ଦିନରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି କିଛି ଅଭିଭାବକ ଗୁରୁଙ୍କ ନାମରେ ଥାନାରେ ଅଭିଯୋଗ କରୁଛନ୍ତି । ପିଲା ଉପରେ ମାଡ଼ ହେଉଛି । କଥାରେ ଅଛି ଛାଟ ନାହିଁତ ପାଠ ନାହିଁ । ଛାତ୍ରମାନେ ଗୁରୁମାନଙ୍କୁ ସମ୍ନାନ ଦେବା ଭୁଲି ଗଲେଣି । ଗୁରୁଙ୍କୁ ସମ୍ମାନ ଦେବା ତ ଦୂରର କଥା ଛାତ୍ରମାନେ ଗୁରୁଙ୍କ ମୁହଁରେ ଜବାବ ଦେବାକୁ ପଛାଉ ନାହାନ୍ତି । ମାତ୍ର ଜଣେ ଗୁରୁ ବତ୍ସଳ ଛାତ୍ର ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ କଡମିଆ ଗ୍ରାମର ୫୫ବର୍ଷ ବୟସର କରୁଣାକର ପାଣି । ଗୁରୁ ଗୁରୁଜନ ପିତା ମାତାଙ୍କ ପ୍ରତି ସମ୍ମାନ ଭୁଲି ନାହାନ୍ତି । ସେ ପ୍ରଥମ ଶ୍ରେଣୀରୁ ବିଏ ପର୍ଯ୍ୟନ୍ତ ପାଠ ପଢିଥିବା ସମସ୍ତ ଗୁରୁମାନଙ୍କୁ ଏକତ୍ରିତ କରି ତାଙ୍କୁ ପୂଜା କରିବା ସହିତ ଉପଢୌକନ ପ୍ରଦାନ କରିଥିଲେ । ଏହି ଅବସରରେ ଗୁରୁମାନେ ତାଙ୍କୁ ଆର୍ଶୀବାଦ ଦେଇଥିଲେ । ଆଜିର ସମାଜ ପାଇଁ ଉଦାହରଣ ପାଲଟିଛନ୍ତି କରୁଣାକର । ସମସ୍ତ ଗୁରୁଙ୍କୁ ଏପରି ଛାତ୍ର ମିଳନ୍ତୁ । ସୁସ୍ଥ ସମାଜ ଗଠନ ହେବା ନେଇ ଉପସ୍ଥିତ ଥିବା ଗୁରୁମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.