ସମାପନ ହେଲା ଅଷ୍ଟପ୍ରହରୀ ନାମ ଯଜ୍ଞ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ମଧୁପୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୌଧୁରୀକୁଦ ଗ୍ରାମରେ ତ୍ରିନାଥ ମେଳା କମିଟି ପକ୍ଷରୁ ସୋମବାର ଅଷ୍ଟପ୍ରହରୀ ନାମ ଯଜ୍ଞ ସମାପନ ହୋଇଯାଇଛି । ୨୦୧୯ ମସିହା ଠାରୁ ତ୍ରିନାଥ ଗୋସେଇଁଙ୍କ ମେଳା ହୋଇଆସୁଛି । ମହାମାରୀ କରୋନାକୁ ସମୂଳେ ଧ୍ବଂସ କରିବା ପାଇଁ ରବିବାର ଠାରୁ ଅଷ୍ଟ ପ୍ରହର ନାମ ଯଜ୍ଞ ଓ ସଂକୀର୍ତ୍ତନ ଆରମ୍ଭ ହୋଇ ହୋଇଥିଲା । ନାମ ଯଜ୍ଞ ଓ ସଂକୀର୍ତ୍ତନ ଦିବା ରାତ୍ର ହୋଇ ସୋମବାର ସମାପନ ହୋଇଥିଲା । ନାମ ଯଜ୍ଞ ଓ ସଂକୀର୍ତ୍ତନରେ ସାମିଲ ଥିବା ହରି ପ୍ରେମୀ ମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ସମୟର ଆୟୋଜିତ ତ୍ରିନାଥ ଗୋସେଇଁଙ୍କ ବାର୍ଷିକ ମେଳା ଉତ୍ସବରେ ବହୁ ଭକ୍ତ ଉପସ୍ଥିତ ହୋଇ ଗୋସେଇଁଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ସହିତ ପ୍ରସାଦ ସେବନ କରି ଆନନ୍ଦ ଅନୁଭବ କରିଥିଲେ । ପଞ୍ଚାନନ ସାହୁ, ଅଜିତ ମାହାନ୍ତି, କାଳୀଚରଣ ସାହୁ, ଗୋବିନ୍ଦ ମହାନ୍ତି, ଧଞ୍ଜୟ ବେହେରା, ମହେଶ୍ୱର ସାହୁ, ମିଲନ ମହାନ୍ତି, ଲମ୍ବୋଦର ମାହନା, ସଞ୍ଜୟ ବେହେରା, ଶମ୍ବୁ ନାଥ ସାହୁ, ସନ୍ତୋଷ ଦଣ୍ଡପାଟ , ବାବାଜୀ ମହାନ୍ତି, ହରିବୋଲ ମଙ୍ଗରାଜ, ଶ୍ରୀକାନ୍ତ ମହାନଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟସମାପନ ହୋଇଥିଲା ।

Leave a Reply

Your email address will not be published.