ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ, (ନାଗରାଜ ନ୍ୟୁଜ): ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ୫ ଦଫା ଦାବୀ ନେଇ ପୁରୀ ଓଷ୍ଟା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସମିତି ସଭ୍ୟ,ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଜିତିବା ପରେ ଅନୁନ୍ୟ ୧୦ଟି ସ୍କୁଲ ଖୋଲିବାର ବ୍ୟବସ୍ଥା କରିବାକୁ ଦାବୀ କରିଛି ସଂଘ । କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ପ୍ରାୟ ଲକ୍ଷ ଲକ୍ଷ ପିଲା ସ୍କୁଲ ଛାଡିଛନ୍ତି । ସେମାନଙ୍କୁ ସ୍କୁଲ ଫେରାଇ ଆଣିବା ସମସ୍ତଙ୍କ ଗୁରୁ ଦାୟିତ୍ୱ । ସେହିପରି ପ୍ରାଇଭେଟ ସ୍କୁଲରେ ଆର୍ଥିକ ପଛୁଆ ବର୍ଗ ପିଲାଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି ।କିନ୍ତୁ ପ୍ରାଇଭେଟ ସ୍କୁଲ ଗୁଡିକ ଏହା ପାଳନ କରୁନାହାନ୍ତି । ପିଲାଙ୍କ ପାଠ୍ୟପୁସ୍ତକ ବ୍ୟାଗ ଓଜନ ହ୍ରାସ, ଘରୋଇ ବିଦ୍ୟାଳୟମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଫି ଛାଡ଼ ଓ ଶିକ୍ଷା ଅଧିକାର ଆଇନକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି ।

Leave a Reply

Your email address will not be published.