ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

ପୁରୀ, (ନାଗରାଜ ନ୍ୟୁଜ): ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । କୋଭିଡ ସଂକ୍ରମଣକୄ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ଶ୍ରୀମନ୍ଦିରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ ଛତିଶା ନିଯୋଗ ବୈଠକରେ ମନ୍ଦିର ଖୋଲିବା ପାଇଁ ନିଷ୍ପତି ହୋଇଥିଲା । ପୂର୍ବ ପରି ଭକ୍ତମାନେ ଦୁଇଟି ଡୋଜ ଟୀକା କିମ୍ବା ଆର୍ଟିପିସିଆର ଟେଷ୍ଟର ସାଟିଫିକେଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ । ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ପୁରୀର ସ୍ଥାନୀୟ ବାସିନ୍ଦାମାନେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ।

Leave a Reply

Your email address will not be published.