ରାଜବୀର ପାଇଁ ସାହାଯ୍ୟର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମାତ୍ର ୨୦ ମାସର କୁନି ପୁଅକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ । ଜୀବନ ମୃତ୍ୟୁ ମୁହଁରେ ରହିଛି ମାତ୍ର ୪ ମାସ । ହାତରେ ସମୟ ସରି ସରି ଆସୁଥିବାରୁ ପୁଅକୁ ବଞ୍ଚାଇବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଅସହାୟ ବାପା ମା । ମେରୁଦଣ୍ଡ ମାଂଶ ପେଷି otophy ବା SAM ରୋଗରେ ପୀଡିତ ଫୁଲବାଣୀର ୨୦ ମାସର ଶିଶୁ ରାଜବୀର । ଏହି ରୋଗରୁ ବଂଚିବାକୁ ହେଲେ ରାଜବୀର ପାଇଁ ଜୀବନ ଦାନ ପାଲଟିବ ଜୋଲଗେନସ୍ମା ଇଂଜେକସନ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ help for you ମୁଖ୍ୟ ମାନସ ଧଳ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏବଂ ଅନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published.