ଚୋରି କରୁଥିବା ବେଳେ ଧରା ପଡ଼ିଲେ ଚୋର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ତିନି ଜଣ ଚୋର ଚୋରି କରୁଥିବା ସମୟରେ ଧରା ପଡିଛନ୍ତି । ଦୁଇ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ଚଡକମରା ଗ୍ରାମରେ ଗତକାଲି ରାତିରେ ଉକ୍ତ ଗ୍ରାମର ବାତୁଳ ପାଣ୍ଡବଙ୍କ ଘର ସାମ୍ନାରେ ଛିଡା ହୋଇଥିବା ଏକ ହାଇବାରୁ ୩ ଜଣ ଚୋର ବ୍ୟାଟେରୀ ଚୋରି କରୁଥିବା ସମୟରେ ପାଣ୍ଡବଙ୍କ ପୁତୁରା ଓ ତାଙ୍କ ଦୁଇ ସାଙ୍ଗ ଦୁଇ ଜଣ ଚୋରଙ୍କୁ ଧରିଥିଲେ । ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ।

ସେହି ସମୟରେ ପୁଲିସ ପେଟ୍ରୋଲିଙ୍ଗ କରୁଥିଲା । ଉକ୍ତ ଦୁଇ ଚୋରଙ୍କୁ ପୁଲିସ ପଚରା ଉଚରା କରିବା ଦ୍ୱାରା ଗୋଟେ ବ୍ୟାଟେରୀ ମିଳିଥିବା ବେଳେ ଅନ୍ୟ ଏକ ବ୍ୟାଟେରୀକୁ ଫେରାର ଚୋର ଜଣଙ୍କ ନେଇ ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଧରାପଡ଼ିଥିବା ଚୋରଙ୍କ ନାମ ବୁବୁନା ଦେହୁରୀ, ଗଣିଆ ଦେହୁରୀ ବୋଲି ଜଣାପଡିଛି । ଫେରାର ଚୋରର ନାମ ମାହିଆ ପ୍ରଧାନ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତ ଯାଜପୁରର ହୋଇଥିବାବେଳେ ପୁଲିସ ସେମାନଙ୍କ ନାମରେ ଏକ ମାମଲା ରୁଜ୍ଜୁ କରିଛି ।

Leave a Reply

Your email address will not be published.