ଚଳିତବର୍ଷ ହେବ ନାହିଁ ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲାପାଳ

କଟକ, (ନାଗରାଜ ନ୍ୟୁଜ ): କୋଭିଡ ନେଇ ଗତବର୍ଷ ଭଳି ମଧ୍ୟ ଚଳିତବର୍ଷ ମଧ୍ୟ ହେବ ନାହିଁ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, କରୋନା କାରଣରୁ ଗତ ବର୍ଷ ମଧ୍ୟ ବାଲିଯାତ୍ରା ବାତିଲ କରାଯାଇଥିଲା । ତେବେ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହୋଇଥାଏ । ଆଉ ସମସ୍ତ ବ୍ୟବସାୟୀ ଏଥିରେ ଭଲ ବ୍ୟବସାୟ ମଧ୍ୟ କରିଥାନ୍ତି ।

ବାଲିଯାତ୍ରାକୁ ସମସ୍ତ ବ୍ୟବସାୟୀ ଅପେକ୍ଷା କରିଥାନ୍ତି । ତେବେ କରୋନା କାରଣରୁ ବେଶୀ ଲୋକ ଏକାଠି ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଏଥର ବାଲିଯାତ୍ରାକୁ ବନ୍ଦ କରାଯାଇଛି ।

Leave a Reply

Your email address will not be published.