ଇମ୍ଫା ଦ୍ୱାରା କନ୍ୟା ଏକ୍ସପ୍ରେସ ଉଦଘାଟନ କଲେ କଟକ ଜିଲ୍ଲାପାଳ

କଟକ, (ନାଗରାଜ ନ୍ୟୁଜ) : ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ। କିଶୋରୀ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଏହି ଭ୍ରାମ୍ୟମାଣ ଯାନ ‘କନ୍ୟା ଏକ୍ସପ୍ରେସ’ କାର୍ୟ୍ୟ କରିବ। ଏହା ଟାଙ୍ଗୀ-ଚୌଦ୍ବାର ଓ ଆଠଗଡ ବ୍ଲକର ନଅଟି ପଞ୍ଚାୟତର ୬୦ ଗ୍ରାମର କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ସହିତ ତାଙ୍କର ଜୀବନ କୌଶଳ, ଶିକ୍ଷା, ପୋଷଣ, ଅଧିକାର ଇତ୍ୟାଦି ବିଷୟରେ ସଚେତନ କରିବ । ଯାହାଦ୍ୱାରା କି ଭବିଷ୍ୟତରେ ସେମାନେ ଜଣେ ଦାୟିତ୍ଵବାନ ନାଗରିକ ହୋଇ ପାରିବେ । ପ୍ରାଥମିକ ଭାବରେ ଏହା ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ଵ କିଶୋରୀ ବାଳିକା ମାନଙ୍କୁ ସେବା ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.