ପ୍ରକାଶ ପାଇବ ଓଜେଇଇ ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ । ମଙ୍ଗଳବାର ସନ୍ଧ୍ୟାରେ ଓଜେଇଇ ପକ୍ଷରୁ ବିଟେକ, ବିଆର୍କ, ବିକ୍ୟାଟ ଓ ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ପ୍ରକାଶ ପାଇବ । ଏହାସହିତ ଆଗରୁ ପଞ୍ଜୀକରଣ କରିନଥିବା ଛାତ୍ରଛାତ୍ରୀ ୧୦ରୁ ୧୫ ତାରିଖ ଭିତରେ ଚଏସ ଲକିଂ ସହ ପଞ୍ଜୀକରଣ କରିପାରିବେ । ୧୮ ତାରିଖରେ ୨ୟ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ବାହାରିବ । ଏହି ପର୍ଯ୍ୟାୟ ନାମଲେଖା ପାଇଁ ୧୮ରୁ ୨୦ ଅନଲାଇନ ରିପୋର୍ଟି ହେବ ।

ସିଟ ଆଲଟମେଣ୍ଟ ପରେ ୧୨ ତାରିଖ ଯାଏ ଅନଲାଇନ ରିପୋର୍ଟିଂ ଚାଲିବ । ଏହି ସମୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅନଲାଇନରେ ଫି ଦାଖଲ କରିବା ସହ ଡକ୍ୟୁମେଣ୍ଟ ସବୁ ଅପଲୋଡ କରିବେ । ସେହିପରି ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସିଟ ବଣ୍ଟନ ପ୍ରକ୍ରିୟା ନିଜକୁ ବାହାର ମଧ୍ୟ କରିପାରିବେ ।

Leave a Reply

Your email address will not be published.