ସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମଧୁବନ ଗ୍ରାମପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦାମୋଦର ରାଉତଙ୍କ ଦୁଇ ପୁତ୍ର ଅଶୋକ ରାଉତ, ପ୍ରତାପ ଚନ୍ଦ୍ର ରାଉତ ଓ ଜ୍ଜ୍ୱାଇଁ ପ୍ରହଲ୍ଲାଦ ରାଉତ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ରାଉତ ତାଙ୍କ ଜୀବନକାଳ ମଧ୍ୟରେ ବହୁ ଜନହିତକର କାର୍ୟ୍ୟ କରି ଲୋକଙ୍କ ହୃଦୟ ଜିତିଛନ୍ତି ।

ଉତ୍ସବରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଜିଲ୍ଲାପରିଷଦ ସଦସ୍ୟା ସସ୍ମିତା ସାହୁ, ମଧୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁମିନା ପ୍ରଧାନ, ବେଲଗଛିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନିନୀ ସାହୁ, ଆଞ୍ଚଳିକ ଶାନ୍ତି କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, କାର୍ୟ୍ୟକାରୀ ସଭାପତି ଅଶୋକ ରାଉତ, ଉପସଭାପତି ସୁରେଶ ମହାନ୍ତି, ଚାରିସାହିର ସଭାପତି ବିଜୟ କୁମାର ପଣ୍ଡା ଓ ବାରଙ୍ଗ ବ୍ଲକ ପଞ୍ଚାୟତ ଅଧ୍ୟକ୍ଷ ସରୋଜ ସାହୁ ଯୋଗଦେଇଥିଲେ । ସମସ୍ତ ଅତିଥି ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗରିବଲୋକଙ୍କୁ ଅଶୋକ ରାଉତ କମ୍ବଳ ବଣ୍ଟନ କରିଥିଲେ ।

Leave a Reply

Your email address will not be published.