ଅସ୍ତରଙ୍ଗ ତହସିଲର କିରାଣୀ ପ୍ରଶାନ୍ତ ପାତ୍ରଙ୍କ ଲାଞ୍ଚ ନେଇଥିବା ଭିଡିଓ ଭାଇରାଲ

ପୁରୀ,(ନାଗରାଜ ନ୍ୟୁଜ): ସରକାରୀ ଅଫିସକୁ କୌଣସି କାର୍ଯ୍ୟ ପାଇଁ ଆସିଲେ ଲୋକ ମାନେ ବାରମ୍ବାର ଦୌଡ଼ିବେ ନାହିଁ । ସଠିକ ସମୟ ରେ ବିନା ଲାଞ୍ଚ ସବୁ କିଛି କାର୍ଯ୍ୟ ହୋଇ ଯିବ । ଏନେଇ ରାଜ୍ୟରେ ୫ ଟି ବ୍ୟବସ୍ଥା ରେ ମୋ ସରକାର କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ମୋ ସରକାର କାର୍ଯ୍ୟକ୍ରମ କୁ ଉପହାସ କରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ର କିରାଣୀ ପ୍ରଶାନ୍ତ ପାତ୍ର । ଜଣେ କୋଭିଡ ମୃତକ ଙ୍କ ସ୍ୱାମୀ ଙ୍କୁ କୋଭିଡ ସହାୟତା ରାଶି ଦେବା ପାଇଁ 5 ଶହ ଟଙ୍କା ଲାଞ୍ଚ ମାଗିବା ଓ ଫୋନ ପେ ମାଧ୍ୟମରେ ଲାଞ୍ଚ ନେଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ସାଧାରଣ ରେ ମୋ ସରକାର ବ୍ୟବସ୍ଥା କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ନୂଆଗଡ଼ ଗ୍ରାମର ଅଶୋକ ବାରିକ ଙ୍କ ପତ୍ନୀ ଭାରତୀ ବାରିକ ଙ୍କ ମୃତ୍ୟୁ କୋଭିଡ ରେ ହୋଇ ଥିଲା। ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ରାଶି ସେ ପାଇବାକୁ ସମସ୍ତ କାଗଜପତ୍ର ନେଇ ବାରମ୍ବାର ଅସ୍ତରଙ୍ଗ ତହସିଲ କୁ ଯାଇଥିଲେ ମଧ୍ୟ କେହି ତାଙ୍କୁ ସହାୟତା କରିନଥିଲେ ।ସେଠାରେ କିରାଣୀ ଥିବା ପ୍ରଶାନ୍ତ ପାତ୍ର କାଗଜପତ୍ର ଭୁଲ ଅଛି ଏହା ଠିକ କରିଦେବା କହି ଏଥିପାଇଁ ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏହି କଥାବାର୍ତ୍ତା କେହି ଜଣେ ରେକର୍ଡ଼ିଂ କରି ସୋସିଆଲ ମିଡିଆ ରେ ଭାଇରଲ କରିଛନ୍ତି । ଏଥି ସହିତ ଫୋନ ପେ ରେ କିରାଣୀ ପ୍ରଶାନ୍ତ ପାତ୍ର ୫ ଶହ ଟଙ୍କା ନେଇଥିବା କୁ ସ୍କ୍ରିନ ସଟ ଫୋଟୋ ମଧ୍ୟ ସୋସିଆଲ ମିଡିଆ ରେ ଭାଇରଲ ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଅସ୍ତରଙ୍ଗ ତହସିଲଦାର ରାଜ ଲକ୍ଷ୍ମୀ ନାୟକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ କୋଭିଡ ମୃତକଙ୍କୁ ସହାୟତା ରାଶି ପ୍ରଦାନ ରେ ତହସିଲରେ ଲାଞ୍ଚ ମଗାଯିବା ଘଟଣା କୁ ବିଭିନ୍ନମହଲ ରେ ନିନ୍ଦା କରାଯାଇ ଥିବା ବେଳେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ କିରାଣୀଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି ।

Leave a Reply

Your email address will not be published.