ଗୋଟିଏ ପରିବାରର ସମସ୍ତ ସଦସ୍ୟ ଚିଲିକା ମଝିରେ ଉବୁଟୁବୁ, ଉଦ୍ଧାର କାର୍ଯ୍ୟ ଜାରି

ଚିଲିକା, (ନାଗରାଜ ନ୍ୟୁଜ): ଚିଲିକାରେ ଡଙ୍ଗା ବୁଡି ଲୋକମାନେ ଚିଲିକା ମଝିରେ ଉବୁଟୁବୁ ହେଉଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବାଲୁଗାଁ SDPO ମାନସ ରଞ୍ଜନ ବାରିକ । ଜୀବନ ମରଣ ସହିତ ସଂଘର୍ଷ କରୁଥିବା ଲୋକମାନଙ୍କୁ ଦେବଦୂତ ସାଜି ଉଦ୍ଧାର କରିଥିଲେ । ବାଲୁଗାଁ ରୁ ବାଲେଶ୍ଵର ରେମୁଣା ଅଞ୍ଚଳର ୮ ଯାତ୍ରୀ ଥିବା ବେଳେ ଡଙ୍ଗା ଚାଳକ ୨ ଜଣ ଏବଂ ମା’ କାଳିଜାଈ ଙ୍କ ପୀଠ ରୁ ଆଉ ଦୁଇ ଜଣ ଏହି ଡଙ୍ଗାରେ ଆସୁଥିଲେ । ସର୍ବମୋଟ ୧୨ ଜଣ ଆସୁଥିବା ବେଳେ ୧୧ ଜଣ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ପତ୍ତା ମିଳୁନାହିଁ ବୋଲି ବାଲୁଗାଁ SDPO ସ୍ପଷ୍ଟ କରିଛନ୍ତି । ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ଅଞ୍ଚଳର ରାଜେନ୍ଦ୍ର ଖୁଣ୍ଟିଆ । ଉଦ୍ଧାର ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ବାଲୁଗାଁ ମେଡିକାଲ ସୁପରିନ୍-ଟେଣ୍ଡେଣ୍ଟ ଡାକ୍ତର ସୈ।ମ୍ୟ ଦାସ ମହାପାତ୍ର କହିଛନ୍ତି । ଆଶା ନଥିଲା ଆଉ ବଞ୍ଚି ପାରିବୁ , କେବଳ ଭଗବାନ ବଞ୍ଚାଇ ଦେଇଛନ୍ତି । ପୋଲିସ ଦେବଦୂତ ସାଜି ରକ୍ଷାକଲା । ଫେରିବା ବେଳେ ହଠାତ୍ ଡଙ୍ଗାରେ ପାଣି ପଶିଗଲା , ତା’ପରେ ଡଙ୍ଗା ଭାଙ୍ଗିରୁଜି ପାଣିରେ ବୁଡିଗଲା । ଗୋଟିଏ ପରିବାରର ସମସ୍ତ ସଦସ୍ୟ । ତଦନ୍ତ ଆରମ୍ଭ କରାଯାଇଛି । ଏବଂ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଚିଲିକାରେ ଖୋଜାଖୋଜି ଚାଲିଛି ।

Leave a Reply

Your email address will not be published.