ବିଜେଡି ପ୍ରଚାରରେ ଟଙ୍କା ବଣ୍ଟା ହେଉଥିବାର ଭିଡ଼ିଓ ଭାଇରାଲ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦର ୯ ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ପ୍ରଚାର ସମୟରେ ଜଣେ ସ୍ଥାନୀୟ ମହିଳାଙ୍କୁ ଟଙ୍କା ଦେଇଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁ ଥିବାର ଜଣାଯାଇଛି । ଖବର ସଂଗ୍ରହରୁ ଜଣାଯାଇଛି ଯେ, ଗତକାଲି ଅର୍ଥାତ୍ ତା ୧୮/୩/୨୨ ରିଖ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ବିଧାୟକ ଅଶ୍ୱନୀ ପାତ୍ର, ୯ ନମ୍ବର ୱାର୍ଡର କାଉନସିଲର ଗୋବିନ୍ଦ ସାହୁ ନିର୍ବାଚନ ପ୍ରଚାର କରୁଥିଲେ । ପ୍ରଚାର ଶେଷ ହେଲା ପରେ ଜଣେ ମହିଳା ହାତରେ ଟଙ୍କା ଓ ମିଠା ପୁଡିଆ ଧରି ଘରକୁ ଫେରିବା ସମୟରେ କିଛି ଲୋକ ସେହି ମହିଳାକୁ ପଚାରିବାରୁ ସେ କହିଥିଲେ ମୋତେ ୧୦୦ ଟଙ୍କା ମିଳିଛି । ସେହି କଥାକୁ ମୋବଇଲରେ ଭିଡିଓ ଉଠାଇ ଭାଇରାଲ କରାଯାଇଥିବାର ଜଣାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.