କ୍ରସର ବନ୍ଦ ଦାବିରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ମିଳୁଛି ସମର୍ଥନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ନିଜର ଭିଟାମାଟିର ସୁରକ୍ଷା ଓ ବେଆଇନ ଭାବରେ ସ୍ଥାପିତ କ୍ରସର ଇଉନିଟ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଦାବିରେ ବେଗା ଗ୍ରାମ ପଂଚାୟତର ଶ୍ରୀମନ୍ତପୁର ଓ ନିହଲପ୍ରସାଦ ଗ୍ରାମ ପଂଚାୟତର ନୂଆକଷ୍ଟିପାଳ ଗ୍ରାମର ଆଦିବାସୀ ଓ ଜନଜାତି ସମ୍ପ୍ରଦାୟର ମହିଳା ଓ ପୁରୁଷ ନିଜର ହକ ପାଇଁ୨୦ତାରିଖରୁ ଆଜି ପର୍ଯ୍ୟନ୍ତ ଗଁଦିଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ତାଙ୍କୁ ଜେ ପ୍ରଯ୍ୟନ୍ତ ତାଙ୍କର ଦାବି ପ୍ରଶାସନ ପୂରଣ ନକରିଛି ସେ ପ୍ରଯ୍ୟନ୍ତ ସେମାନେ ଖୋଲା ଆକାଶ ତଳେ ଧାରଣାରେ ବସି ରହିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କଠାରୁ ପ୍ରକାଶ ଗ୍ରାମବାସୀମାନଙ୍କର ଏହି ଦାବିକୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ଗଁଦିଆ ପ୍ରେସ କ୍ଲବ ସଭାପତି ମହେନ୍ଦ୍ର କୁମାର ସାହୁ,ଓ ଜେ ଏମ ଏଫ ସି କୋର୍ଟ ଓକିଲ ସଂଘର ସମ୍ପାଦକ ବିକ୍ରମ କେଶରୀ ସାହୁ ତଥା ବେଗା ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ଦାସ ଓ ଦିଗାମ୍ବର ପୁର ପଞ୍ଚାୟତ ସରପଞ୍ଚ, ପିଙ୍ଗୁଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ଗୁଣ୍ଡୁରାପସୀ ପଞ୍ଚାୟତ ସାନିତିସଭ୍ୟ ପ୍ରମୁଖ ଉପସ୍ଥିତ ରହି ଧାରଣରତ ଗ୍ରାମବସୀ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ଦାବି କତାର୍ଥ ବୋଲି ମତ ପ୍ରକାଶ କରିଥିଲେ ଓ ସେମାନଙ୍କ ସହିତ ଧାରଣାରେ ବସିଥିଲେ ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଯେଉଁ ସ୍ଥାନରେ ଜଗବନ୍ଧୁ ଏଣ୍ଟରପ୍ରାଇଜେସ ସଂସ୍ଥା କ୍ରସର ଇଉନିଟ ସ୍ଥାପନ କରିଛି ତାହା ବସ୍ତିବାସିନ୍ଦା ମାନଙ୍କ ଠାରୁ ଦୂରତା ବହୁତ କମ ରହିଛି କିପରି ଭାବରେ ଏଠାରେ କ୍ରସର ଇଉନିଟ ସ୍ଥାପନ କରିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି କ୍ରସର ଚାଲିବା ବେଳେ ସେଥିରୁ ନିର୍ଗତ ସବୁଗୁଣ୍ଡ ପବନରେ ଉଡି ଆସି ବସ୍ତିବାସିନ୍ଦା ଙ୍କର ଘରଦ୍ୱାର ସବୁ ଆଚ୍ଛାଦିତ ହେଇ ଯାଉଛି ସେମାନେ ଭଲରେ ଗଣ୍ଡେ ରୋଷେଇ କରି ଖାଇ ପାରୁଛନ୍ତି ନା ଶାନ୍ତିରେ ରହିପାରୁଛନ୍ତି କ୍ରସରର ଘର ଘର ଶବ୍ଦ ରେ ସେମାନଙ୍କର ନିଦହଜିଯାଇଛି ଏହା ଦ୍ୱାରା ପରିବେଶ ଦୂଷିତ ଫଳରେ ଅନେକ ସମୟରେ ନାନାଦି ରୋଗରେ ଏହି ପଡ଼ାବାସୀ ମାନେ ସଂକ୍ରମିତ ହେଉଛନ୍ତି ହେଲେ ଏତେ ଘଟଣା ଘଟିଲା ପରେ ମଧ୍ୟ ପ୍ରଶାସନ କିପରି କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛି ତାହା ଚିନ୍ତାର ବିଷୟ ଗୋଟିଏ ପଟରେ ଦୁଇ ଗ୍ରାମର ଅଧିବାସୀ ମାନେ ସେମାନଙ୍କର ଦାବି ପୂରଣ କରିବା ପାଇଁ ଆନ୍ଦୋଳନକୁ ଜୋରଦାର କରୁଥିବା ବେଳେ ଅନ୍ୟ ପଟରେ ଜଗବନ୍ଧୁ ଏଣ୍ଟରପ୍ରାଇଜେଶ ସଂସ୍ଥା ତାର କ୍ରସର ଇଉନିଟ ଚାଲୁ ରଖିବା ସହିତ କ୍ୱାରି କାର୍ଯ୍ୟ ଚାଲୁ ରଖିଛି କେବେ ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.