ଲାନକୋ ଚିମିନିକୁ ନେଇ ଗ୍ରାମବାସୀ ଆତଙ୍କିତ,ଭାଙ୍ଗିବା ପୂର୍ବରୁ କ୍ଷତିପୂରଣ ଦାବୀ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଳକ କୁରୁଣ୍ଟି ଗ୍ରାମ ନିକଟରେ ଥିବା ଲାନକୋବାବନ୍ଧ ପାୱାର ପ୍ଲାଣ୍ଟର ୧୬୦ ମିଟର ଉଚ୍ଚତାର ଚିମିନି ଭାଙ୍ଗିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ଘରଦ୍ୱାର ଫାଟିବା ସହିତ ମୃଦୁ ଭୂକମ୍ପ ସୃଷ୍ଟି ହେଉଛି । ଦୁଇ ଦୁଇ ଥର ଅସଫଳ ହେବା ପରେ ତୃତୀୟ ଥର ଭାଙ୍ଗିବାା ପୂର୍ବରୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଡାପଡା ବ୍ଲକ ଖଡଗପ୍ରସାଦ,କୁରୁଣ୍ଟି ଗ୍ରାମ ନିକଟରେ ୧ ହଜାର ୨୩୨ ଏକର ଜମିରେ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନପାଇଁ ଲାନକୋ ବାବନ୍ଧ ପାୱାର ପ୍ଲାଣ୍ଟ ପାଇଁ ୮ ହଜାର କୋଟିଟଙ୍କା ବିନିଯୋଗ କରିବାର ଲକ୍ଷ୍ୟ ରଖିଥିଲା । କାରଖାନାକୁ ନେଇ ବାଦ ବିବାଦ ପରେ ଜମି ବାବଦକୁ ୧ ଶହ କୋଟି ୫ଲକ୍ଷ ୬୦ ହଜାର,ନିର୍ମାଣ କାର୍ଯ୍ୟ ପାଇଁ ୧୮ କୋଟି ୨୦ଲକ୍ଷ,ଧାନ ଚାଷ ପାଇଁ ଏକରକୁ ବାର୍ଷିକ ୫କ୍ୱିଣ୍ଟାଲ ଧାନ ହିସାବରେ ୧୫ କୋଟି,ନିଯୁକ୍ତି ପାଇଁ ୩ କୋଟି ୪୦ଲକ୍ଷ,ଦରମା ପାଇଁ ୪୦ଲକ୍ଷ ଏବଂ ଚାକିରି ପ୍ରତିଶୃତି ପାଇଁ ୪୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବୀ କରାଯାଇଥିଲା ।କିନ୍ତୁ ଲାନକୋ କାମ ହୋଇନଥିଲା । ଅଧାରେ କାମ ଅଟକି ରହିଥିବା ବେଳେ ଦିର୍ଘ ୧୬୦ମିଟର ଉଚ୍ଚତାର ଚିମିନି ନିର୍ମାଣ ହୋଇଥିଲା । ଏହି ଚିମିନିକୁ ଭାଙ୍ଗିବା ପାଇଁଗତ ଅକ୍ଟୋବର ୧୩ଏବଂ ନଭେମ୍ବର ୧୭ ତାରିଖରେ ଉଦ୍ୟମ ହୋଇଥିଲେମଧ୍ୟ ଚିମିନ ଭାଙ୍ଗିନଥିଲା । ବରଂ ନିକଟରେ ରହୁଥିବା ଗ୍ରାମବାସୀଙ୍କ ଘରେ ଫାଟ ସୃଷ୍ଟି ହୋଇ ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବିସ୍ଫୋରଣ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହୋଇ ଘର ଦ୍ୱାରାନଷ୍ଟ ହେଉଛି ।

ଗତ ନଭେମ୍ବର ୧୭ ତାରିଖ ଦିନ ପ୍ରଶାସନ ଏବଂ କମ୍ପାନୀ ତରଫରୁ ଚିମିନି ଭାଙ୍ଗିବା ପାଇପ୍ରାୟ ୭୫୦କେଜି ବିସ୍ଫୋରକ ବ୍ୟବହାର କରି ବ୍ଲାଷ୍ଟ କରାଯାଇଥିଲା । ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟଅଞ୍ଚଳ ଦୁଲୁକି ଉଠିବା ସହିତ ଘର ଦ୍ୱାର ବି ହଲିଉଠିଥିଲା । ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡିଥିବା ବେଳେ ଚିମିନିର ମାତ୍ର ୩୦ ମିଟର ଭାଙ୍ଗିବା ପରେ ପୁଣି ସେହିଠାରେ ଛିଡା ହୋଇ ରହିଛି । ବିପଦସଙ୍କୁଳ ଅବସ୍ଥାରେ ଚିମିନିଟି ଛିଡା ହୋଇ ରହିଥିବା ବେଳେ ଏହାକୁ ଭାଙ୍ଗିବା ପାଇଁ ତୃତୀୟ ଥର ଉଦ୍ୟମ କରାଯିବ ବୋଲି କମ୍ପାନୀ ତରଫରୁ ପ୍ରକାଶ । କିନ୍ତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ରହିଛନ୍ତିି । ଏହାକୁ ନେଇ କୁସୁପଙ୍ଗା ସରପଞ୍ଚ ଅନୀତା ନାୟକଙ୍କ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତୃତୀୟ ଥର ଚିମିନି ଭାଙ୍ଗିବା ପୂର୍ବରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।ପୁଣି ଥରେ ବ୍ଲାଷ୍ଟିଂ ହେଲେ ଜନଜୀବନ ପ୍ରତି ବିପଦ ରହିଥିବାରୁ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବା ସହିତ ଲୋକଙ୍କ ମନରରେଥିବା ଆତଙ୍କକୁ ଦୂର କରିବାକୁନିବେଦନ କରିଛନ୍ତି ।ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟହୋଇ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନୀଦେଇଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.